fbpx

OCCL ପକ୍ଷରୁ ବିଜ୍ଞପ୍ତି: ଓଡ଼ିଶାର ପ୍ରାର୍ଥୀଙ୍କୁ କ୍ଲର୍କ ପଦରେ ଦିଆଯିବ ନିଯୁକ୍ତି

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପୁଣି ଆସିଛି ଏକ ବଡ଼ ଖୁସି ଖବର । ନିକଟରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି), ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି), ରାଜ୍ୟ ଚୟନ ବୋର୍ଡ (ଏସଏସବି), ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ ବଡ଼ ସୁଯୋଗ ।

ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ (ଓସିସିଏଲ) ପକ୍ଷରୁ ଅନେକ ପଦରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ସିନିୟର ଆକାଉଣ୍ଟାଣ୍ଟ, ଆକାଉଣ୍ଟସ କ୍ଲର୍କ ଓ କ୍ଲର୍କ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ସିନିୟର ଆକାଉଣ୍ଟାଣ୍ଟ ପ୍ରାର୍ଥୀଙ୍କୁ ୩୫,୪୦୦ ସ୍କେଲ ପେ’ରେ ଓ ଅନ୍ୟ ଦୁଇ ପଦରେ ୨୧,୭୦୦ ସ୍କେଲ ପେ’ ଅନୁସାରେ ବେତନ ପ୍ରଦାନ କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ୟୁଆର, ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୫୦୦ ଟଙ୍କା ଓ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ୩୦୦ ଟଙ୍କା ଆବେଦନ ଫିସ୍ ରହିଛି । ଜାନୁଆରୀ ୫ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ୨୫ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ଓଡ଼ିଆ ଭାଷା ଲେଖିବା, କହିବା ଓ ପଢ଼ିବା ଜାଣିଥିବେ ।

ସିନିୟର ଆକାଉଣ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ ସିଏ ଇଣ୍ଟର / ସିଏମଏ ଇଣ୍ଟର ପାସ୍ କରିବା ସହିତ ୩ ବର୍ଷର କାଯ୍ୟ ଅଭିଜ୍ଞତା ରହିଥିବ । ସେହିପରି ଆକାଉଣ୍ଟସ ପଦ ପାଇଁ ପ୍ରାର୍ଥୀ ବାଣିଜ୍ୟରେ ସ୍ନାତକ ସହିତ ଅତିକମରେ ୫୦ ପ୍ରତିଶତ ମାର୍କ ରଖିଥିବେ । କ୍ଲକ ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ପାସ୍ କରିବା ସହିତ ଅତିକମରେ ୫୦ ପ୍ରତିଶତ ମାର୍କ ରଖିଥିବେ । ନିୟମ ଅନୁସାରେ ଏସସି, ଏସଟି, ମହିଳା ଓ ଏସଇବିସି ପ୍ରାର୍ଥୀଙ୍କ କ୍ଷେତ୍ରରେ ବହୟ କୋହଳ କରାଯିବ ।

ନୋଟିଫିକେସନ ଲିଙ୍କ: https://cdn.digialm.com//per/g01/pub/726/EForms/image/ImageDocUpload/12/1111213116056283058756.pdf

ଅନଲାଇନ୍ ରେଜିଷ୍ଟ୍ରେସନ ଲିଙ୍କ: https://cdn.digialm.com/EForms/configuredHtml/1258/84334/Registration.html

Get real time updates directly on you device, subscribe now.