fbpx

ଓସିଏସ୍‌ ପ୍ରିଲିମ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ: ଏହି ତାରିଖରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ, ଖୁବ୍‌ଶୀଘ୍ର ମିଳିବ ସବିଶେଷ ବିବରଣୀ

କଟକ (ଭାସ୍କର ନ୍ୟୁଜ୍‌) : ଆସନ୍ତା ଅକ୍ଟୋବର ୧୬ ତାରିଖରେ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ୍‌)ର ପ୍ରିଲିମ୍‌ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନ ଅନୁଯାୟୀ ଏହି ପରୀକ୍ଷା ଅନୁଷ୍ଠିତ ହେବ ।

ଏନେଇ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ସୁଦ୍ଧା ପରୀକ୍ଷା ସଂକ୍ରାନ୍ତରେ ସବିଶେଷ ବିବରଣୀ ଚୂଡାନ୍ତ କରାଯାଇ ନାହିଁ । ଖୁବ୍‌ଶୀଘ୍ର ଏହି ପରୀକ୍ଷାର ସବିଶେଷ ବିବରଣୀ ପ୍ରକାଶ ପାଇବ ବୋଲି ଓପିଏସ୍‌ସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Get real time updates directly on you device, subscribe now.