fbpx

ବଲିଉଡ୍‌ ଭଳି ଓଲିଉଡରେ ନିଶା କାରବାର ନେଇ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲା କଳିଙ୍ଗ ସେନାର ମୁଖ୍ୟ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ବଲିଉଡ୍‌ ଭଳି ଓଲିଉଡରେ ବି ନିଶା କାରବାର ବଢିଥିବା ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛି କଳିଙ୍ଗ ସେନା । ଓଡିଶାରେ ଯେପରି ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ଘଟଣାର ପୁନରାବୃତି ନହୁଏ ସେଥିପାଇଁ ଯତ୍ନବାନ ହେବାକୁ ଖାରବେଳ ଥାନାରେ ଜଣାଇଛନ୍ତି କଳିଙ୍ଗ ସେନା ମୁଖ୍ୟ ହେମନ୍ତ ରଥ ।

ବାବୁସାନଙ୍କ ପତ୍ନୀ ତୃପ୍ତି କରିଥିବା ଅଭିଯୋଗ ଆଧାରରେ ଏତଲା ଦେଇଛି କଳିଙ୍ଗ ସେନା । ଯେଉଁଥିରେ କୁହାଯାଇଛି ବଲିଉଡ ଭଳି ଓଲିଉଡରେ ନିଶା କାରବାର ବଢିବାରେ ଲାଗିଛି । ବିଦଜନକ ନିଶାଦ୍ରବ୍ୟର ଓଡିଶା ସହ ଘନିଷ୍ଟ ସମ୍ପର୍କ ଥିଲା । ଓଡିଶା ବାହାରେ ଓଡିଶା ନିଶାଦ୍ରବ୍ୟର ବିଶେଷ ଚାହିଦା ଥିଲା । ଓଡ଼ିଶାରେ ସୁଶାନ୍ତ ସିଂହ ରାଜପୁତଙ୍କ ପରି ଦୁଃଖଦ ଘଟଣାର ଯେପରି ପୁନରାବୃତି ନହୁଏ, ସେନେଇ ପୋଲିସ ଯତ୍ନବାନ ହେଉ ଏବଂ ନିଶା କାରବାର ଅଭିଯୋଗକୁ ତଦନ୍ତ ପରିସରଭୁକ୍ତ କରୁ । ବାବୁସାନଙ୍କ ପତ୍ନୀ ତୃପ୍ତି ଖାରବେଳନଗର ଥାନାରେ ଦେଇଥିବା ଏଫ୍‌ଆଇଆରରେ ପ୍ରକୃତି ବାବୁସାନଙ୍କୁ ଟଙ୍କା ବଦଳରେ ଡ୍ରଗ୍ସ ଯୋଗାଇ ଦେଉଥିବା କଥା ଉଲ୍ଲେଖ କରିଥିଲେ ।

ଏଫ୍‌ଆଇଆରରେ ତୃପ୍ତି ଲେଖିଥିଲେ, ପ୍ରକୃତି ମିଶ୍ର ନିଜର କ୍ୟାରିୟରକୁ ଆଗକୁ ନେବା ପାଇଁ ଓ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ତାଙ୍କ ସ୍ୱାମୀ ବାବୁସାନଙ୍କୁ ମଦ ଓ ଗଞ୍ଜେଇ ଭଳି ନିଶା ଯୋଗାଇ ଦେଉଥିଲେ । ଯାହାଫଳରେ ସେ ୨୪ଘଣ୍ଟା ନିଶାରେ ବୁଡି ରହୁଥିଲେ ।

Get real time updates directly on you device, subscribe now.