fbpx

ଚଳିତ ସପ୍ତାହରେ ଓସିଏସ୍ ରେଜଲ୍ଟ

କଟକ (ଓଡ଼ିଶା ଭାସ୍କର) : ଚଳିତ ସପ୍ତାହରେ ଓପିଏସସି ଦ୍ୱାରା ପରିଚାଳିତ ଓସିଏସ୍-୨୦୨୦ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇବ । ଏ ନେଇ ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଚଳିତମାସ ତୃତୀୟ ସପ୍ତାହରେ ମୌଖିକ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହେବ ।

ତେବେ ଓସିଏସ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହେବ ବୋଲି କିଛିଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା । ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଆବଶ୍ୟକ ସଂଖ୍ୟକ ପ୍ରାଧ୍ୟାପକଙ୍କ ଅଭାବ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଥିଲା । ଏହି ସମସ୍ୟାକୁ ନେଇ ଓପିଏସସି ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଥିଲା ।

ତେଣୁ ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ଦକ୍ଷ ପ୍ରାଧ୍ୟାପକଙ୍କ ତାଲିକା ପ୍ରଦାନ ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଅନୁରୋଧ କରାଯାଇଥିଲା । ତାଲିକାଭୁକ୍ତ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକମାନଙ୍କୁ ଅନ୍ତତଃ ୧୦ ଦିନ ପାଇଁ ମୂଲ୍ୟାୟନ ପାଇଁ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ସରକାରଙ୍କ ଜାରି ନିର୍ଦ୍ଦେଶନାମାରେ କୁହାଯାଇଥିଲା । ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି କାରଣରୁ ଗତ ମାସରେ ଓପିଏସସି ଆସିଷ୍ଟାଣ୍ଟ ସେକ୍ସନ ଅଫିସର-୨୦୨୨ ପ୍ରିଲିମନାରୀ ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦେଇଥିଲା ।

Get real time updates directly on you device, subscribe now.