ଓଡ଼ିଶା ଭାସ୍କର: ଆଜି ବଡ଼ ମଙ୍ଗଳl ଏଥିସହ ଆଜି ମଙ୍ଗଳବାରl ସାଧାରଣତଃ ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଙ୍କୁ ପୂଜା କରାଯାଇଥାଏl ଏଥିସହ ଏହି ଦିନ ହନୁମାନ ଚାଳିଶା ପଢିବା ଦ୍ୱାରା ସବୁ ଦୁଃଖ ଦୂର ହୋଇଥାଏl ତେବେ ଆସନ୍ତୁ ଜାଣିବା ଏହି ହନୁମାନ ଚାଳିଶାର ଓଡ଼ିଆ ଭାବାର୍ଥ..
ଶ୍ରୀଗୁରୁ ଚରନ ସରୋଜ ରଜ ନିଜମନୁ ମୁକୁରୁ ସୁଧାରି l
ବରନଉଁ ରଘୁବର ବିମଲ ଯସୁ, ଯୋଦାୟକୁ ଫଲଚାରି ll
ବୁଦ୍ଧିହୀନ ତନୁଜାନିକେ, ସୁମିରୌ ପବନକୁମାର l
ବଲବୁଧିବିଦ୍ୟା ଦେହୁ ମୋହିଁ, ହରହୁ କଲେଶ ବିକାର ll
ଭାବାର୍ଥ :- ଶ୍ରୀଗୁରୁଙ୍କ ଚରଣ ରେଣୁରେ ମୋ ମନକୁ ପରିଷ୍କାର କରି ଶ୍ରୀ ରଘୁବୀରଙ୍କ ତ୍ରୁଟିଶୂନ୍ୟ ଯଶକୁ ବର୍ଣ୍ଣନା କରୁଅଛି l ଯାହା ଭକ୍ତଙ୍କୁ ଧର୍ମ, ଅର୍ଥ, କାମ, ମୋକ୍ଷ ଫଳ ପ୍ରଦାନ କରିଥାଏ ll
ହେ ପବନ ପୁତ୍ର, ମୁଁ ଆପଣଙ୍କୁ ସ୍ମରଣ କରୁଛି l ଆପଣ ମୋତେ ବଳ ବୁଦ୍ଧି ବିଦ୍ୟା ପ୍ରଦାନ କରନ୍ତୁ l ମୋର ସମସ୍ତ ଦୁଃଖ କଷ୍ଟ ଦୂର କରନ୍ତୁ ll
ll ଚୌପାଇ ll
ଜୟ ହନୁମାନ ଜ୍ଞାନ ଗୁନ ସାଗର l
ଜୟ କପିସ ତିହୁଁ ଲୋକ ଉଜାଗର ll
ରାମ ଦୂତ ଅତୁଳିତ ବଲଧାମା l
ଅଞ୍ଜନୀ ପୁତ୍ର ପବନସୁତ ନାମା ll
ଭାବାର୍ଥ :- ଜ୍ଞାନ ଗୁଣର ସାଗର ପ୍ରଭୁ ହନୁମାନଙ୍କର ଜୟ ହେଉ l ତିନିଲୋକରେ ଆପଣଙ୍କର ଯଶ ପ୍ରଚାରିତ ହେଉ ll ହେ ରାମ ଦୂତ ଆପଣ ଅସୀମ ବଳଶାଳୀ l ଆପଣ ମାତା ଅଞ୍ଜନା, ପିତା ପବନଦେବଙ୍କ ପୁତ୍ର ରୂପରେ ଖ୍ୟାତ ll
ମହାବୀର ବିକ୍ରମ ବଜରଙ୍ଗୀ l
କୁମତି ନିୱାର ସୁମତିକେ ସଂଗୀ ll
କଂଚନ ବରନ ବିରାଜ ସୁବେଶା l
କାନନ କୁଣ୍ଡଳ କୁଞ୍ଚିତ କେଶା ll
ଭାବାର୍ଥ :- ହେ ମହାବୀର ପ୍ରବଳ ପରାକ୍ରମଶାଳୀ ବଜରଙ୍ଗ ବଳୀ l ଆପଣ କୁବୁଦ୍ଧି ଯୁକ୍ତ ବ୍ୟକ୍ତିଙ୍କୁ ତ୍ୟାଗ କରି ଶୁବୁଦ୍ଧି ଯୁକ୍ତ ବ୍ୟକ୍ତିଙ୍କୁ ସହାୟତା କରନ୍ତି ll ଆପଣଙ୍କ ରଙ୍ଗ ତେଜୋମୟ ସୁବର୍ଣ୍ଣ ସମାନ l
କର୍ଣ୍ଣରେ କୁଣ୍ଡଳ ଓ କୁଞ୍ଚିତ କେଶରେ ଆପଣ ଆହୁରି ସୁଶୋଭିତ ପ୍ରତୀତ ହୁଅନ୍ତି ll
ହାଥବଜ୍ର ଔର ଧ୍ବଜା ବିରାଜୈ l
କାଂଧେ ମୂଁଜ ଜନେଊ ସାଜୈ ll
ଶଙ୍କର ସୁୱନ କେଶରୀ ନନ୍ଦନ l
ତେଜପ୍ରତାପ ମହା ଜଗ ବନ୍ଦନ ll
ଭାବାର୍ଥ :- ଆପଣଙ୍କ ହାତରେ ବ୍ରଜ ଓ ଧ୍ବଜା ଅଛି l କାନ୍ଧରେ କୁଶର ଉପବୀତ ଶୋଭାପାଉଛି ll ଆପଣ ସାକ୍ଷାତ ଶଙ୍କରଙ୍କ ଅବତାର l ରାଜା କେଶରୀଙ୍କ ନନ୍ଦନ l ଆପଣଙ୍କ ତେଜ ପ୍ରତାପ ସାରା ଜଗତରେ ବନ୍ଦନୀୟ ll
ବିଦ୍ୟାଵାନ ଗୁନୀ ଅତି ଚାତୁର l
ରାମକାଜ କରିବେ କୋ ଆତୁର ll
ପ୍ରଭୁ ଚରିତ୍ର ସୁନିବେକୋ ରସିୟା l
ରାମ ଲଖନ ସୀତା ମନ ବସିୟା ll
ଭାବାର୍ଥ : ଆପଣ ଅତି ଚତୁର, ବିଦ୍ୟାଵାନ ଗୁଣଵାନ ମଧ୍ୟ l ପ୍ରଭୁ ଶ୍ରୀରାମଙ୍କ କାର୍ଯ୍ୟ କରିବାକୁ ଆପଣ ଉତ୍କଣ୍ଠିତ ଭାବରେ ଅପେକ୍ଷା କରିଥାନ୍ତି ll ଆପଣ ପ୍ରଭୁ ଶ୍ରୀରାମଙ୍କ ଲୀଳା ଶୁଣିବାକୁ ଭଲପାଅ l ରାମ, ଲକ୍ଷ୍ମଣ, ମାତା ସୀତାଙ୍କୁ ହୃଦୟରେ ଧାରଣ କରିଥାଅ ll
ସୂକ୍ଷ୍ମ ରୂପ ଧରି ସିୟହିଁ ଦିଖାୱା l
ବିକଟ ରୂପ ଧରି ଲଙ୍କ ଜରାୱା ll
ଭୀମ ରୂପ ଧରି ଅସୁର ସଂହାରେ l
ରାମଚନ୍ଦ୍ରଜୀ କେ କାଜ ସଁୱାରେ ll
ଭାବାର୍ଥ :- ଆପଣ ସୂକ୍ଷ୍ମ ରୂପରେ ମାତାସୀତାଙ୍କୁ ଦେଖାଦେଲ l ଭୟଙ୍କର ରୂପରେ ଲଙ୍କା ଜଳାଇଲ llଭୀମ ରୂପ ଧାରଣ କରି
ଅସୁରଙ୍କୁ ମାରିଲ l ରାମ ଚନ୍ଦ୍ରଙ୍କ କାର୍ଯ୍ୟ ସଫଳ କଲ ll
ଲାୟ ସଂଜୀୱନ ଲଖନ ଜିୟାୟେ l
ଶ୍ରୀ ରଘୁବୀର ହରଷି ଉର ଲାୟେ ll
ରଘୁପତି କିଂହ୍ନା ବହୁତ ବଡାଇ l
ତୁମ ମମପ୍ରିୟ ଭରତହି ସମ ଭାଈ ll
ଭାବାର୍ଥ : ଆପଣ ସଂଜୀବନୀ ଆଣି ଲକ୍ଷ୍ମଣଙ୍କୁ ବଞ୍ଚେଇଲେ l ଖୁସି ହୋଇ ଶ୍ରୀରାମ ତୁମଙ୍କୁ ହୃଦୟରେ ଲଗେଇଲେ ll ପ୍ରଭୁ ରଘୁବୀର ତୁମର ବଡ଼ ପ୍ରଶଂସା କଲେ l ତୁମେ ମୋର ପ୍ରିୟ ଭରତ ସମାନ
ଭାଈ କହିଲେ ll
ସହସ୍ର ବଦନ ତୁମ୍ଭରୋ ଯଶ ଗାୱେ l
ଅସକହି ଶ୍ରୀପତି କଣ୍ଠ ଲଗାୱେ ll
ସନକାଦିକ ବ୍ରହ୍ମାଦି ମୁନୀସା l
ନାରଦ ସାରଦ ସହିତ ଅହୀସା ll
ଭାବାର୍ଥ : ସହସ୍ର ତୁଣ୍ଡରେ ତୁମର ଜସଗାନ ହେବ l ଏହା କହି ପ୍ରଭୁ ଶ୍ରୀରାମ ତୁମକୁ କଳାରେ ଲଗାଇଲେ ll ଶ୍ରୀ ସନକ ଶ୍ରୀ ସନତ କୁମାର, ଭଗବାନ ବ୍ରହ୍ମା ଆଦି l ନାରଦ, ସାରଦ ଆଦି ସମସ୍ତ ମୁନିଋଷିମାନେ ତୁମର ଗୁଣଗାନ କରନ୍ତି ll
ଯମ କୁବେର ଦିଗପାଲ ଜହାଁତେ l
କବି କୋବିଦ କହି ସକେ କହାଁତେ ll
ତୁମ ଉପକାର ସୁଗ୍ରୀୱହିଁ କୀଂହା l
ରାମ ମିଲାୟ ରାଜପଦ ଦୀଂହା ll
ଭାବାର୍ଥ : ଯମ କୁବେର ସମସ୍ତ ଦିଗପାଳ କବି ବିଦ୍ୱାନ ତୁମ ଯଶର ସମ୍ପୂର୍ଣ୍ଣ ବର୍ଣ୍ଣନା କରିପାରିବେ ନାହିଁ llବାନର ରାଜା ସୁଗ୍ରୀବଙ୍କ ଉପକାର କରିଥିଲ l ପ୍ରଭୁ ରାମଙ୍କ ସାଥିରେ ମିଶାଇ ରାଜପଦ ଦେଇଥିଲ ll
ତୁମହରୋ ମନ୍ତ୍ର ବିଭୀଷନ ମାନା l
ଲଙ୍କେଶ୍ୱର ଭୟେ ସବ ଜଗ ଜାନା ll
ଯୁଗ ସହସ୍ର ଯୋଜନ ପର ଭାନୁ l
ଲିଲୌ ତାହି ମଧୁର ଫଳ ଜାନୁ ll
ଭାବାର୍ଥ : -ତୁମର ମନ୍ତ୍ରଣା କୁ ବିଭୀଷଣ ମାନିଲେ ଓ ଲଙ୍କେଶ୍ବର ହୋଇଥିଲେ ସମସ୍ତ ଜଗତ ଜାଣେ।ସହସ୍ର ଯୁଗ ଯୋଜନ ଦୂର ସୂର୍ଯ୍ୟଙ୍କ ପାଖରେ ପହଞ୍ଚି l ମିଠାଫଳ ଭାବି ଆପଣ ତାଙ୍କୁ ଖାଇଦେଇ ଥିଲ ll
ପ୍ରଭୁ ମୁଦ୍ରିକା ମେଲି ମୁଖ ମାହିଁ l
ଜଳଧି ଲଂଘିଗୟେ ଅଚରଜ ନାହିଁ ll
ଦୁର୍ଗମ କାଜ ଜଗତକେ ଯେତେ l
ସୁଗମ ଅନୁଗ୍ରହ ତୁମହାରୋ ତେତେ ll
ଭାବାର୍ଥ :-ପ୍ରଭୁଙ୍କ ମୁଦ୍ରିକାକୁ ମୁଖରେ ରଖି ସମୁଦ୍ର ପାରିହେଲ।ଆପଣଙ୍କ ପକ୍ଷେ ତାହା କୌଣସି ଅସାଧ୍ଯ କାର୍ଯ୍ୟ ନୁହଁ llଜଗତର ଯେତେ କଠିନରୁ କଠିନ କାର୍ଯ୍ୟ l ଆପଣଙ୍କ ଅନୁଗ୍ରହରୁ ସହଜ ହୋଇଯାଏ ll
ରାମ ଦୁଆରେ ତୁମ ରଖୱାରେ l
ହୋତ ନ ଆଜ୍ଞା ବିନୁ ପୈସାରେ ll
ସବ ସୁଖଃ ଲୌହେ ତୁମ୍ହାରୀ ସରନା l
ତୁମ ରକ୍ଷକ କାହୁଁକୋ ଡରନା ll
ଭାବାର୍ଥ :- ଶ୍ରୀ ରାମଙ୍କ ଦୁଆରରେ ତୁମେ ଜଗୁଆଳୀ l ତୁମ ଆଜ୍ଞାବିନା ଶ୍ରୀ ରାମଙ୍କ ଦୁଆରେ କେହି ପ୍ରବେଶ କରିପାରେ ନାହିଁ ll ତୁମ ଶରଣରେ ଆସିଥିବା ବ୍ୟକ୍ତି ସର୍ବ ସୁଖଃ ପାଇଥାଏ l ତୁମେ ଯାହା ରକ୍ଷାକର୍ତ୍ତା ତାହାର କାହାକୁ ଡର ନଥାଏ ll
ଆପନ ତେଜ ସମ୍ହାରୋ ଆପୈ l
ତିନୋ ଲୋକ ହାଁକତେ କାଂପୈ ll
ଭୂତ ପିଶାଚ ନିକଟ ନହିଁ ଆୱେ l
ମହାବୀର ଯବ ନାମ ସୁନାୱେ ll
ଭାବାର୍ଥ :- ଆପଣଙ୍କ ତେଜ ସ୍ୱୟଂ ଆପଣ ସମ୍ଭାଳି ପାରନ୍ତି l ତିନିପୁରର ଲୋକ ଆପଣଙ୍କ ଗର୍ଜନରେ ଡରି ଯାଆନ୍ତି ll ଭୂତ ପିଶାଚ ତା ନିକଟକୁ ଆସେନାହିଁ l ମହାବୀର ନାମ ଦିଏ ଯେ ଶୁଣାଇ ll
ନାଶୈ ରୋଗ ହରୈ ସବ ପୀରା l
ଜପତ ନିରନ୍ତର ହନୁମତ ବୀରା ll
ସଙ୍କଟ ତେ ହନୁମାନ ଛୁଡାୱେ l
ମନ କ୍ରମ ବଚନ ଧ୍ୟାନ ଯୋ ଲାୱେ ll
ଭାବାର୍ଥ :- ଯିଏ ହନୁମାନଙ୍କୁ ନିରନ୍ତର ଜପ କରେ l ତାର ସମସ୍ତ ଦୁଃଖ କଷ୍ଟ ରୋଗ ଶୋକ ନାଶ ଯାଏ ll ମନ କର୍ମ ବଚନରେ ଧ୍ୟାନ ଯିଏ କରନ୍ତି l ଆପଣ ତାର ସଙ୍କଟକୁ ହରଣ କରନ୍ତି ll
ସବ ପର ରାମ ତପସ୍ୱୀ ରାଜା l
ତିନି କେ କାଜ ସକଳ ତୁମ ସାଜା ll
ଔର ମନୋରଥ ଯୋ କୋଈ ଲାୱେ l
ସୋଇ ଅମିତ ଜୀୱନ ଫଳ ପାୱେ ll
ଭାବାର୍ଥ :- ସର୍ବଶ୍ରେଷ୍ଠ ତପସ୍ୱୀ ରାଜା ପ୍ରଭୁ ଶ୍ରୀରାମ ଅଟନ୍ତି l ତାଙ୍କର କାର୍ଯ୍ୟକୁ ଆପଣ ପୂର୍ଣ୍ଣ କରିଥିଲ ll ଆପଣଙ୍କ ପାଖେ ଯେ କେହି ମନସ୍କାମନା କରିଥାଏ।ସେ ମନସ୍କାମନା ଠାରୁ ଅଧିକ ଫଳ ପାଇଥାଏ ll
ଚାରୋ ଯୁଗ ପରତାପ ତୁମ୍ହାରା l
ହୈ ପରସିଦ୍ଧ ଜଗତ ଉଜିୟାରା ll
ସାଧୁ ସନ୍ଥ କେ ତୁମ ରଖୱାରେ l
ଅସୁର ନିକନ୍ଦନ ରାମ ଦୁଲାରେ ll
ଭାବାର୍ଥ : – ଆପଣଙ୍କ ପରାକ୍ରମ ସାରା ଜଗତରେ l ଚାରିଯୁଗରେ ପ୍ରସିଦ୍ଧି ଓ ଅମର ଅଟେ ll ସାଧୁ ସନ୍ଥଙ୍କ ତୁମେ ରକ୍ଷାକର୍ତ୍ତା। ରାମଙ୍କ ପ୍ରିୟ ଅସୁର ନାଶକର୍ତ୍ତା ll
ଅଷ୍ଟସିଦ୍ଧି ନୌ ନିଧି କେ ଦାତା l
ଅସବର ଦୀନ ଜାନକୀ ମାତା ll
ରାମ ରସାୟନ ତୁମ୍ହରେ ପାସା l
ସଦା ରହୋ ରଘୁପତି କେ ଦାସା ll
ଭାବାର୍ଥ :- ଅଷ୍ଟସିଦ୍ଧି ନବନିଦ୍ଧି ପ୍ରଦାତା l ଏହିବର ଦେଇଥିଲେ ଜାନକୀମାତା ll ରାମ ନାମ ରୁପକ ମହୌଷଧି ତୁମ ପାଖେ l
ସଦାପ୍ରଭୁ ସର୍ବଦା ରହିଛ ରଘୁପତିଙ୍କ ଦାସ ll
ତୁମ୍ହରେ ଭଜନ ରାମ କୋ ପାୱେ l
ଜନମ ଜନମ କେ ଦୁଃଖ ଵିସରାୱେ ll
ଅନ୍ତକାଳ ରଘୁବର ପୁର ଜାହିଁ l
ଜହାଁ ଜନ୍ମ ହରିଭକ୍ତ କହାଁଇ ll
ଭାବାର୍ଥ :– ତୁମରି ଭଜନେ ରାମ ମିଳିଥାନ୍ତି l ଜନ୍ମ ଜନ୍ମର ଦୁଃଖ ହୁଏ ହରଣ ହୋଇଥାଏ ll ଆପଣଙ୍କ କୃପାରୁ ପ୍ରାଣୀ ଶେଷ ସମୟରେ ଶ୍ରେଷ୍ଟପୁର ରଘୁପତିଙ୍କ ପୁରଯାଏ l ଯେଉଁଠି ଜନ୍ମନେଲେ ହରିଭକ୍ତ ରୂପେ ଖ୍ୟାତି ପାଏ ll
ଔର ଦେବତା ଚିତ୍ତ ନ ଧରଈ l
ହନୁମତ ସେଇ ସର୍ବ ସୁଖ କରଈ ll
ସଙ୍କଟ କଟୈ ମିଟୈ ସବ ପୀରା l
ଯୋ ସୁମିରୈ ହନୁମତ ବଲବୀରା ll
ଭାବାର୍ଥ :- ଅନ୍ୟ ଦେବତା ପାଖେ ମନ ନଦେଇ l ହନୁମାନଙ୍କୁ ମନ ଦେଲେ ସମସ୍ତ ସୁଖ ମିଳଇ ll ସଙ୍କଟ ହରଣ ହୁଏ ସବୁ କଷ୍ଟରୁ ମୁକ୍ତି ମିଳେ l ଯିଏ ସୁମରଣା କରେ ହନୁମାନଙ୍କ ଯଶ କୀର୍ତ୍ତିକୁ ll
ଜୈ ଜୈ ଜୈ ହନୁମାନ ଗୋସାଇଁ l
କୃପା କରହୁ ଗୁରୁ ଦେୱକୀ ନାଇଁ ll
ଯୋ ସତ ବାର ପାଠ କରେ କୋଈ l
ଛୁଟହି ବନ୍ଦି ମହା ସୁଖ ହୋଇ ll
ଭାବାର୍ଥ :-ଜୟ ଜୟ ଜୟ ହନୁମାନ ଗୋସାଇଁ l କୃପାକର ଏ ଶିଷ୍ୟ ଉପରେ ଗୁରୁଦେବଙ୍କ ଭଳି ll ଯେଉଁ ବ୍ୟକ୍ତି ପ୍ରତିଦିନ ଶହେବାର ପାଠକରେ ଚାଳିଶା l ସଂସାରର ବନ୍ଧନରୁ ମୁକ୍ତହୋଇ ପରମଶାନ୍ତି ପ୍ରାପ୍ତିହୁଏ ll
ଯୋ ୟହ ପଢ଼େ ହନୁମାନ ଚାଳିଶା l
ହୋୟ ସିଦ୍ଧି ସାଖି ଗୌରୀସା ll
ତୁଳସୀ ଦାସ ସଦା ହରି ଚେରା l
କୀଜୈ ନାଥ ହୃଦୟ ମହଁ ଡେରା ll
ଭାବାର୍ଥ :- ଯେଉଁ ବ୍ୟକ୍ତି ପାଠ କରେ ହନୁମାନ ଚାଳିଶା l ତାର ସମସ୍ତ କାର୍ଯ୍ୟ ସଫଳ ହୁଏ ଭଗବାନ ଶଙ୍କର ଏଥିପାଇଁ ସାକ୍ଷୀ ଅଟନ୍ତି ll ତୁଳସୀ ଦାସ ସଦା ହରିଦାସ ହୋଇ ରହିଲେ l ଆପଣ ତାଙ୍କ ହୃଦୟରେ ନିତ୍ଯ କରନ୍ତୁ ବାସ କରନ୍ତି ll
ପୱନ ତନୟ ସଙ୍କଟ ହରନ, ମଙ୍ଗଳ ମୂରତି ରୂପ l
ରାମ ଲଖନ ସୀତା ସହିତ, ହୃଦୟ ବସହୁ ସୁର ଭୂପ ll
ଭାବାର୍ଥ :- ହେ ପବନସୁତ ସଙ୍କଟ ହରଣକାରୀ ମଙ୍ଗଳମୟ ମୁର୍ତ୍ତି l ରାମ ଲକ୍ଷଣ ସୀତାଙ୍କ ସହିତ ମୋ ହୃଦୟରେ କର ନିତ୍ୟବାସ ll