fbpx

ଜାତୀୟସ୍ତରରେ ସୁନାମ ଆଣିଲେ ଓଡ଼ିଆ ଛାତ୍ର: FMGE ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କଲେ ସିଦ୍ଧାର୍ଥ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ସ୍ତରରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି ଜଣେ ଓଡ଼ିଆ ଛାତ୍ର । ସେ ହେଉଛନ୍ତି ବୌଦ୍ଧର ମେଡିକାଲ ଛାତ୍ର ଡା. ସିଦ୍ଧାର୍ଥ ରାହୁଲ ମହାପାତ୍ର । ସିଦ୍ଧାର୍ଥ ପୂର୍ବରୁ ୟୁକ୍ରେନର କିଭ୍ ମେଡିକାଲ ୟୁନିଭରସିଟିରୁ ଡକ୍ଟର ଅଫ୍ ମେଡିସିନରେ ଦେଶର ସର୍ବଶ୍ରେଷ୍ଠ ସ୍ନାତକ ସ୍ଥାନ ହାସଲ କରିଥିଲେ । ଏବେ ସିଦ୍ଧାର୍ଥ ବିଦେଶ ମେଡିକାଲ ଡିଗ୍ରୀ ପରୀକ୍ଷା (ଏଫଏମଜିଓ) ୨୦୨୪ରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।

ସିଦ୍ଧାର୍ଥର ଏହି ସଫଳତା ରାଜ୍ୟବାସୀଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଗୌରବର କଥା । ବୌଦ୍ଧର ରାମେଶ୍ୱର ବିହାର ନିବାସୀ ସିଦ୍ଧାର୍ଥ ବୌଦ୍ଧ ପଞ୍ଚାୟତର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର ଓ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ଗୀତାଞ୍ଜଳୀ ମହାପାତ୍ରଙ୍କ ଏକମାତ୍ର ପୁତ୍ର ଅଟନ୍ତି । ୟୁକ୍ରେନ-ଋଷିଆ ଯୁଦ୍ଧ ସମୟରେ ସିଦ୍ଧାର୍ଥ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମତେ ଅଧାରୁ ମେଡିକାଲ ଶିକ୍ଷା ଛାଡ଼ି ସ୍ୱଦେଶ ଫେରିଆସିଥିଲେ । ପରବର୍ତ୍ତୀ ସମୟରେ ସେ କିଭ୍ ମେଡିକାଲ ୟୁନିଭରସିଟିର ନିର୍ଦ୍ଦେଶ ମତେ ୟୁକ୍ରେନ ଯାଇ ନିଜର ଡାକ୍ତରୀ ଶିକ୍ଷା ସମାପ୍ତ କରିଥିଲେ । ସେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ ପର୍ଯ୍ୟନ୍ତ ପଢ଼ିଥିଲେ । ଏଥିସହିତ ଭୁବେନଶ୍ୱର ଡିଏଭିରୁ ଦ୍ୱାଦଶ ଶିକ୍ଷା ସମାପ୍ତ କରିଥିଲେ ।

Get real time updates directly on you device, subscribe now.