କୁମ୍ଭମେଳାରେ ଓଡ଼ିଆ ବାବା ଆର୍ତତ୍ରାଣ, ଭକ୍ତଙ୍କୁ ଗୋଇଠା ମାରି କରୁଛନ୍ତି ରୋଗ ଭଲ
ଆର୍ତତ୍ରାଣଙ୍କ ଶିବିରରେ ଲାଗୁଛି ଭିଡ଼ । ପ୍ରୟାଗରାଜ କୁମ୍ଭମେଳାରେ ଭକ୍ତଙ୍କ ରୋଗ ଦୂର କରୁଛନ୍ତି ବାବା ।
ପ୍ରୟାଗରାଜ: ଓଡ଼ିଶାର ବିବାଦୀୟ ବାବା ଆର୍ତତ୍ରାଣ ପହଞ୍ଚିଯାଇଛନ୍ତି ପ୍ରୟାଗରାଜର କୁମ୍ଭମେଳାରେ । ସୋସିଆଲ ମିଡିଆରେ ଆର୍ତତ୍ରାଣଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆର୍ତତ୍ରାଣ ଯେମିତି ନିଜ ଆଶ୍ରମରେ ଗୋଇଠା ମାରି ଲୋକଙ୍କ ରୋଗ ଭଲ କରୁଥିଲେ ଠିକ୍ ସେମିତି ପ୍ରୟାଗରାଜରେ ମଧ୍ୟ କରୁଛନ୍ତି ଲୋକଙ୍କ ଚିକିତ୍ସା ।
ପ୍ରୟାଗରାଜରେ ଆର୍ତତ୍ରାଣ ବାବାଙ୍କର ଲାଗିଛି ଅସ୍ଥାୟୀ ଶିବିର । ଯେଉଁଠାରେ କୁମ୍ଭକୁ ଆସୁଥିବା ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି । ଅଧିକାଂଶ ଲୋକ ରୋଗ ଭଲ କରିବା ପାଇଁ ଆର୍ତତ୍ରାଣଙ୍କ ଉପରେ ଭରସା କରୁଥିବା ଦେଖିବାକୁ ମିଳିଛି ।
ବାବାଙ୍କ ଆଗରେ ଲମ୍ବା ଲାଇନ୍ କରି ଛିଡ଼ା ରହୁଛନ୍ତି ଭକ୍ତ । ଜଣଙ୍କ ପରେ ଜଣଙ୍କୁ ଡାକି ବାବା କରୁଛନ୍ତି ଚିକିତ୍ସା । କାହାର ପିଟିକୁ ଥାପୁଡେଇ ତ ଆଉ କାହା ମୁଣ୍ଡ ନୁଆଁଇ ପିଟିକୁ ଚାପୁଡ଼ା ମାରି ଚିକିତ୍ସା କରୁଛନ୍ତି । ଡ୍ରେସ୍ ଖୋଲି ପେଟ, ଛାତିରେ ହାତ ରଖି ମଧ୍ୟ ଆର୍ତତ୍ରାଣ ଚିକିତ୍ସା କରୁଥିବା ଦେଖାଯାଇଛି ।
ସବୁଠାରୁ ରୋଚକ ବିଷୟ ହେଉଛି ଭକ୍ତ ମହିଳା ହୁଅନ୍ତୁ ଅବା ପୁରୁଷ ସମସ୍ତଙ୍କୁ ଗୋଇଠା ମାରି ମାରି ଆର୍ତତ୍ରାଣ ସେମାନଙ୍କ ଚିକିତ୍ସା କରୁଛନ୍ତି ।