କୋଣାର୍କରୁ ଫେରିଗଲେ ପର୍ଯ୍ୟଟକ, କଟକରେ ବସ୍ ଚଳାଚଳ ଠପ୍‌, ଜାଣନ୍ତୁ କ’ଣ ରହିଛି ଓଡ଼ିଶା ବନ୍ଦର ପ୍ରଭାବ

ଓଡ଼ିଶା ବନ୍ଦ ପ୍ରଭାବ

କଟକ: ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଚାଲିଛି। ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ପ୍ରତିବାଦ। ଏହି ପ୍ରତିବାଦରେ ସିପିଆଇ, ସିପିଆଇଏମ ସମେତ ୭ଟି ଦଳର ସମର୍ଥନ ରହିଛି।

ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେବ। ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ପିକେଟିଂ।

କଟକରେ ବସ୍ ଚଳାଚଳ ଠପ୍‌: କଟକରେ ଓଡ଼ିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ନେତାଜୀ ବସ୍ ଟର୍ମିନାଲର ଗଡୁନି ବସ୍‌। ବସ୍ ଚାଲୁନଥିବାରୁ ଟର୍ମିନାଲରେ ବସିଛନ୍ତି ଯାତ୍ରୀ।

କୋଣାର୍କରୁ ଫେରିଗଲେ ପର୍ଯ୍ୟଟକ: କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ବନ୍ଦ। କୋଣାର୍କ ବନ୍ଦ ଯୋଗୁଁ ଫେରିଗଲେ ପର୍ଯ୍ୟଟକ।

ଓଡ଼ିଶା ବନ୍ଦ ପ୍ରଭାବ: ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ରାସ୍ତାରୋକ କଲେ କଂଗ୍ରେସ କର୍ମୀ।

ରାଜରାସ୍ତାରେ ଗାଡ଼ିମୋଟର ଅଟକାଇ ଆନ୍ଦୋଳନ ଜାରି ରହିଛି। ବିଭିନ୍ନ ସ୍ଥାନରେ ରେଳ ରୋକ୍ କଲେ କଂଗ୍ରେସ କର୍ମୀ। କଟକ-ଭୁବନେଶ୍ୱର ରାସ୍ତାରେ ଅଟକିଛି ଯାନବାହନ।