fbpx

ବିଧାୟକଙ୍କ ଗାଡ଼ି ମଡ଼ାଇବା ଘଟଣା: କାଲି ସତ୍ୟାଗ୍ରହ କରିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାୟକ ଗାଡ଼ି ମଡ଼ାଇବା ଘଟଣାର ପ୍ରତିବାଦରେ ବିଜେପି ସତ୍ୟାଗ୍ରହ କରିବ ବୋଲି କହିଛି । ସବ ସହରାଞ୍ଚଳ, ବ୍ଲକ୍ ଓ ଜିଲ୍ଳା ମୁଖ୍ୟାଳୟ ଆଗରେ ସତ୍ୟାଗ୍ରହ କରିବ । ମୁହଁରେ କଳାପଡ଼ି ବାନ୍ଧି ଆସନ୍ତାକାଲି ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିବ ବିଜେପି । ଫାଷ୍ଟ୍ ଟ୍ରାକ୍ କୋର୍ଟରେ ବିଚାର କରି କଡ଼ା ଦଣ୍ଡ ଦେବାକୁ ଦାବି କରିବ ବୋଲି କହିଛି ଦଳ । ଏନେଇ ପ୍ରେସମିଟ୍ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଅନ୍ୟପଟେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣାରେ ବିଜେଡି, କଂଗ୍ରେସ ଓ ବିଜେପିର ନେତାମାନେ ନିଜ ନିଜର ପ୍ରତିକ୍ରିୟା ଦେଇ ନିନ୍ଦା କରୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ଗାଡ଼ି ମଡ଼ାଇବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଏଭଳି କାରନାମା ଦୁଃଖଦ ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ’୨୫ ଜଣଙ୍କୁ ଗାଡ଼ି ଚଢ଼ାଇ ଦେବା ବଡ଼ ଲଜ୍ଜାଜନକ ଘଟଣା । ଅଧିକାଂଶ ଆହତଙ୍କ ମଧ୍ୟରେ ମହିଳା ଅଛନ୍ତି । ଗଣତନ୍ତ୍ରର ହତ୍ୟା କରିବାକୁ ଏହା ଏକ ଷଡ଼ଯନ୍ତ୍ର । ଓଡ଼ିଶା ଓ ପଶ୍ଚିମବଙ୍ଗରେ ନିର୍ବାଚନ ପରେ ଏଭଳି ଘଟଣା ଘଟୁଛି । ବିଜେପି କର୍ମକର୍ତ୍ତାଙ୍କ ଉପରେ ଏଭଳି ଘଟଣା ନିନ୍ଦନୀୟ । ଦଳିତଙ୍କୁ ମାରିବା ଘଟଣାରେ ବାହୁବଳୀ ବିଧାୟକ ଚର୍ଚ୍ଚାରେ ଥିଲେ । ପ୍ରଶାନ୍ତ ଜଗଦ୍ଦେବ ଜଣେ ଅଭ୍ୟାସଗତ ଅପରାଧୀ । ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିଲମ୍ବନ କରିବା ଏକ ନାଟକ ଥିଲା । ବିଧାୟକ ଜଗଦ୍ଦେବଙ୍କୁ କାହିଁକି ବହିଶ୍କାର କରିନି ବିଜେଡି? ଚିଲିକା ବିଧାୟକଙ୍କ ଏଭଳି କାର୍ନାମା ଓଡ଼ିଶା ପାଇଁ କଳଙ୍କ । ବିଧାୟକଙ୍କ ବିରୋଧରେ କଠୋର ଦଣ୍ଡବିଧାନ ହେଉ ।’

Get real time updates directly on you device, subscribe now.