fbpx

ଖୁବଶୀଘ୍ର ବନ୍ଦ ହେବ ଓଡ଼ିଶା-ଛତିଶଗଡ଼ ଟ୍ରେନ୍ ସେବା: ଜାଣନ୍ତୁ କେବେ

ଭୁବନେଶ୍ୱର, ୯ା୪ (ଓଡିଶା ଭାସ୍କର): ଓଡ଼ିଶାରେ କୋଭିଡ୍ ସଂକ୍ରମଣ ଥମିବାର ନାଁ ଧରୁନାହିଁ । ତେଣୁ ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଯାତାୟାତ କରୁଥିବା ସମସ୍ତ ଟ୍ରେନ ସେବାକୁ ବନ୍ଦ କରାଯିବ । ଏନେଇ ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ମୁଖ ଶାସନ ସଚିବ ।

ସେହିପରି ଆସନ୍ତାକାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼କୁ ସମସ୍ତ ପବ୍ଲିକ ଟ୍ରାନ୍ସିପୋର୍ଟ ବନ୍ଦ ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଚେକ ପୋଷ୍ଟ ମାନଙ୍କରେ ଯାଞ୍ଚ କଡ଼ାକଡ଼ି କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ପଜିଟିଭ ସଂକ୍ରମିତଙ୍କୁ ୭ ଦିନ କ୍ୱାରେଣ୍ଟାଇନରେ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.