fbpx

ନୀତି ଆୟୋଗ ବୈଠକରେ ଯୋଗଦେଲେନି ମୁଖ୍ୟମନ୍ତ୍ରୀ, ଅନୁପସ୍ଥିତ ରହିଲା ଓଡ଼ିଶା

ନୁଆଦିଲ୍ଲୀ: ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୁର୍ଣ୍ଣ ବୈଠକରେ ଓଡ଼ିଶା ଉପସ୍ଥିତ ନଥିଲା। ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇଥିଲେ ମଧ୍ୟ ଏହି ବୈଠକରେ ଅନୁପସ୍ଥିତ ରହିଥିଲେ। ଏହି ବୈଠକରେ କେବଳ ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର ନିୟମ ଥିଲା।

ତେବେ ରାଜନୈତିକ କାରଣରୁ ବିରୋଧୀ ଗୋଷ୍ଠୀର ୭ ମୁଖ୍ୟମନ୍ତ୍ରୀ ମଧ୍ୟ ବୈଠକରେ ଯୋଗଦେଇ ନାହାନ୍ତି। ହେଲେ ଓଡ଼ିଶା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କୌଣସି ସୂଚନା ଦେଇନଥିଲେ। ତେଣୁ ସେ ଏହି ବୈଠକରେ କାହିଁକି ଯୋଗଦେଲେନି ସେନେଇ ଏବେ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ଓଡ଼ିଶା ଗସ୍ତରେ ନୀତିଶଙ୍କ ସହ ଭେଟ ହେବା ପରେ କୌଣସି ଗୋଷ୍ଠିରେ ସାମିଲ ହେବେ ନାହିଁ ବୋଲି ନବୀନ କହିଥିଲେ। ଏମିତିକି ନୀତିଶଙ୍କ ସହ ଭେଟ ଏକ ସାଧାରଣ ଭେଟ ଥିଲା ବୋଲି କହିଥିଲେ। ଏହି ବୈଠକ ପୁରୀରେ ବିହାର ଭବନ ନିର୍ମାଣ ପାଇଁ ଜମି ଆବଶ୍ୟକ ଥିବା ନେଇ ସେ ଆଲୋଚନା କରିଥିଲେ ବୋଲି କହିଥିଲେ। ଏହାର ଦିନକ ପରେ ଦିଲ୍ଲୀରେ ମୋଦିଙ୍କୁ ଭେଟିବା ପରେ ମଧ୍ୟ ନବୀନ ସ୍ପଷ୍ଟ କହିଥିଲେ ଯେ, ସେ ବିରୋଧୀ ଗୋଷ୍ଠିରେ ନାହାନ୍ତି । ଅପରପକ୍ଷେ ଦୁଇ ଦିନ ତଳେ ବିଜେଡି ପକ୍ଷରୁ ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ସାମିଲ ହେବା ପାଇଁ ନବୀନ ଦିଲ୍ଲୀ ଯିବେ ବୋଲି ମଧ୍ୟ କୁହାଯାଇଥିଲା।

ତେବେ ବର୍ତ୍ତମାନ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗ ବୈଠକ ଚାଲିଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଏହାର ପ୍ରସଙ୍ଗ ରହିଛି। ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ କିଭିଳି ସବୁ କ୍ଷେତ୍ରରେ ଆଗକୁ ଆଗକୁ ଯାଇପାରିବ ସେନେଇ ଆଲୋଚନା ହେଉଛି। ନିତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକରେ ସ୍ୱାସ୍ଥ୍ୟ, ନାରୀ ସଶକ୍ତୀକରଣ, ଭିତ୍ତିଭୂମି ବିକାଶ, ଦକ୍ଷତା ବିକାଶ ଆଦି ପ୍ରସଙ୍ଗରେ ଆଲୋଚନା ହେଉଛି।

Get real time updates directly on you device, subscribe now.