fbpx

ମହିଳା ବିରୋଧୀ ଅପରାଧ ପ୍ରତି ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ, ନିରାପଦ ଓଡିଶା ଦିଗରେ ପାଦେ

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ରାଜ୍ୟ ସରକାର ଏହି କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଆଣିବା ସହ ଅପରାଧୀଙ୍କୁ ଜେଲରେ ଭର୍ତ୍ତି କରିବାକୁ ଦୃଢ ନିଶ୍ଚିତ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଦିନ ହେଉ କି ରାତି, ଯେକୌଣସି ସମୟରେ ମହିଳା ଅଭିଯୋଗକାରିଣୀ ଅଭିଯୋଗ ପାଇଁ ଆସିଲେ, ତାଙ୍କ ପ୍ରତି ସର୍ବୋତ୍ତମ ସମ୍ମାନ ପ୍ରଦର୍ଶନ ପୂର୍ବକ ସମ୍ମାନର ସହ ଉତ୍ତମ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ମାଝୀ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି । ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପ୍ରତି ଶୂନ୍ୟ ସହିଷ୍ଣୁତା ଅବଲମ୍ବନ କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି । ସରକାର ଏହି ପ୍ରକାର ଅପରାଧରେ ଅପରାଧି ଯେ କେହି ବି ହେଉ, ତକ୍ରାଳ ନ୍ୟାୟ ପ୍ରଦାନ ପୂର୍ବକ ରାଜ୍ୟରେ ଥିବା କନଭିକ୍ସନ ରେଟକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୦୦ରୁ ୨୦୨୨ ମଧ୍ୟରେ ରାଜ୍ୟର କନଭିକ୍ସନ ରେଟ ମାତ୍ର ୯.୭୩ ପ୍ରତିଶତ ରହିଛି ।

ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ ଏକ ସପ୍ତାହ ମଧ୍ୟରେ ସବୁ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ଏଥିରେ ରାଜ୍ୟରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧର ସବିଶେଷ ବିବରଣୀ, କନଭିକ୍ସନ ରେଟ ଓ ଜିଲ୍ଲାସ୍ତରରେ ବାକି ପଡିଥିବା ତଦନ୍ତ ସଂଖ୍ୟା ରହିବ । ରିପୋର୍ଟ ହସ୍ତଗତ ହେବା ପରେ ଆଇନ ବିଭାଗ ସହ ଆଲୋଚନା କରି ପରବର୍ତ୍ତୀ ଦିଶା ନିର୍ଦ୍ଦେଶ ସ୍ଥିର ହେବ । ସରକାରଙ୍କ ଲକ୍ଷ୍ୟ ରହିବ, ରାଜ୍ୟରେ ଏମିତି ପରିବେଶ ସୃଷ୍ଟି କରାଯିବ, ଯେମିତି ମହିଳା ଓ ଝିଅମାନେ ଭୟ ଶୂନ୍ୟ ହୋଇ ଚଳପ୍ରଚଳ କରିପାରିବେ ।

ଏହା ରାଜ୍ୟ ରାଜନୈତିକସ୍ତରରେ ଏକ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନକୁ ଦର୍ଶାଉଛି, ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ଏପରି ମାମଲାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାଝୀ ଆବଶ୍ୟକସ୍ଥଳେ ନିଜେ ମାମଲାରେ ସମ୍ପୃକ୍ତ ହେବାକୁ ପଛଘୁଞ୍ଚା ଦେଇନାହାନ୍ତି । ନିକଟରେ ହୋଇଥିବା ଭୁବନେଶ୍ୱର ଥାନା ବିବାଦରେ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ମାମଲାରେ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଖାଲି ଭୁବନେଶ୍ୱର ଘଟଣା ନୁହେଁ, ବାଲେଶ୍ୱରରେ ଜଣେ ଅଙ୍ଗବାଡି କର୍ମୀଙ୍କ ସହ ହୋଇଥିବା ଅସଦାଚରଣରେ ମଧ୍ୟ ମାଝୀ ତତକ୍ଷଣାତ୍ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଉପମୁଖ୍ୟମନ୍ତ୍ରୀଙ୍କୁ ହସ୍ତକ୍ଷେପ ପରିବାକୁ କହିବା ସହ ତ୍ୱରିତର ସ୍ଥାନୀୟ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ କହିଥିଲେ. ଯାହାର ଫଳସ୍ୱରୂପ ଘଟଣାରେ ତୁରନ୍ତ ୩ ଜଣଙ୍କୁ ଗିରଫ କରାଯାଇଛିା

ବିଗତ ସରକାର ଏପରି ମାମଲାକୁ ଅଣଦେଖା କରି ବହୁ ସମାଲୋଚନାର ସମ୍ମୁଖୀନ ହୋଇଛି । ରିପୋର୍ଟ ଦର୍ଶାଉଛି କି, ୨୦୨ରେ ବିଗତ ସରକାରରେ ବନ ବିଭାଗ ପରିବେଶର ମହତ୍ୱକୁ ଗୁରୁତ୍ୱ ନ ଦେଇ ସୁନ୍ଦରଗଡରେ ଶିଳ୍ପ ଉନ୍ନତି ପାଇଁ ଗଛ କାଟିବାକୁ ଅନୁମତି ଦେଇଥିଲା । ସେହିପରି ୨୦୨୩ରେ ଇଣ୍ଟେଲିଜେନ୍ସର ସତର୍କତାକୁ ଅଣଦେଖା କରିବାରୁ ସମ୍ବଲପୁରରେ ହିଂସା ସୃଷ୍ଟି ହୋଇଥିଲା ।

ବର୍ତ୍ତମାନ ସରକାରର ପଦକ୍ଷେପକୁ ବିରୋଧୀ ମଧ୍ୟ ଗ୍ରହଣ କରିଛନ୍ତି । ସାମ୍ପ୍ରତିକ ଘଟଣାରେ ମୁଖ୍ୟମନ୍ତ୍ରୀ ଘଟଣାଠୁ ଦୂରେଇ ନ ଯାଇ, ବରଂ ନିଜେ ଅନ୍ୟ ବରିଷ୍ଠ ମନ୍ତ୍ରୀଙ୍କୁ ଏଥିରେ ସଂଶ୍ଲିଷ୍ଟ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ କରି ମାମଲାର ସମାଧାନ କରିଥିଲେ । ସାମ୍ପ୍ରତ୍ତିକ ସ୍ଥିତିକୁ ଦେଖି ଲାଗୁଛି, ପ୍ରଶାସନ ରାଜ୍ୟରେ ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପ୍ରତି ପ୍ରତିଶ୍ରୁତିବଦ୍ଧ ହେବା ସହ ପୋଲିସର ମୋରାଲ ବୃଦ୍ଧି ଦିଗରେ କାମ କରୁଛି । ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ରାଜ୍ୟବାସୀଙ୍କ ପାଇଁ ଓଡିଶା ଏକ ନିରାପଦ ସ୍ଥଳିରେ ପରିବର୍ତ୍ତନ କରିବା ଦିଗକୁ ଦର୍ଶାଉଛି ।

Get real time updates directly on you device, subscribe now.