fbpx

ରାଜ୍ୟରୁ ସମସ୍ତ ପ୍ରକାର କୋଭିଡ କଟକଣା ହଟାଇଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଦିର୍ଘ ଦୁଇ ବର୍ଷ ପରେ ରାଜ୍ୟରୁ ସମସ୍ତ ପ୍ରକାର କୋଭିଡ କଟକଣା ହଟାଇଛନ୍ତି ସରକାର । କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ କଟକଣା ହଟାଇବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । କରୋନା ମହାମାରୀ ସମଗ୍ର ବିଶ୍ୱରେ ହାହାକାର ସୃଷ୍ଟି କରିଥିବା ସମୟରେ ରାଜ୍ୟରେ କରୋନାକୁ ନିୟନ୍ତ୍ରଣରେ ଆଣିବାକୁ ସରକାର କଠୋର କଟକଣା ଲାଗୁ କରିଥିଲେ । ରାଜ୍ୟରେ କରୋନା ମହାମାରୀ ଚିହ୍ନଟ ହେବା ପରେ ସରକାର ଓଡିଶା କୋଭିଡ -୧୯ ନିୟମାବଳୀ, ୨୦୨୦ ଲାଗୁ କରିଥିଲେ । ଯାହା ସାମୁହିକ ସମାବେଶ, ମାସ୍କ ପିନ୍ଧିବା, ଛେପ ପକାଇବା ଇତ୍ୟାଦି ଉପରେ ପ୍ରତିବନ୍ଧକ ଏବଂ ଦଣ୍ଡବିଧାନ ଲାଗୁ କରିଥିଲେ। ତେବେ କଟକଣା ଉଠିବା ପରେ ମଧ୍ୟ ଆବଶ୍ୟକ ସ୍ଥଳେ ସ୍ୱଚ୍ଚାକୃତ ଭାବରେ କୋଭିଡ୍ ଉପଯୁକ୍ତ ଆଚରଣ ଅନୁସରଣ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.