FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ସନ୍ଧ୍ୟା ସୁଦ୍ଧା ବଡ଼ ଆକ୍ସନ ନେବେ ସରକାର

ବାଲେଶ୍ୱର FM କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା । ସନ୍ଧ୍ୟା ସୁଦ୍ଧା ଆସିପାରେ ବଡ଼ ନିଷ୍ପତ୍ତି । ଉଚ୍ଚସ୍ତରୀୟ ବୈଠକ ପରେ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ବାଲେଶ୍ବର: ବାଲେଶ୍ୱର FM କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା । ସନ୍ଧ୍ୟା ସୁଦ୍ଧା ଆସିପାରେ ବଡ଼ ନିଷ୍ପତ୍ତି । ଉଚ୍ଚସ୍ତରୀୟ ବୈଠକ ପରେ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ମୁଖ୍ୟମନ୍ତ୍ରୀ ଫେରିବା ପରେ ନିଷ୍ପତ୍ତି ନିଆଯିବ । ଘଟଣା ପଛରେ ଯିଏ ବି ଥିବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୁରେଶ ପୂଜାରୀ କହିଛନ୍ତି । କେବଳ ପ୍ରିନ୍ସିପାଲ, HOD ନୁହଁନ୍ତି, ଅନ୍ୟମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ । ତଦନ୍ତ ପରସରକୁ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ସୁରେଶ ପୂଜାରୀ ।

ଦୁଇ ଉପ ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଘଟଣାର ସରକାରୀ ଭାବେ ସମୀକ୍ଷା କରାଯାଇଥିଲା। ରାଜସ୍ୱ ମନ୍ତ୍ରୀ କହିଥିଲେ କେବଳ HOD କି ଅଧ୍ୟକ୍ଷ ନୁହନ୍ତି, ସୌମ୍ୟାଶ୍ରୀ ଆତ୍ମହତ୍ୟା କରିବା ପାଇଁ ସ୍ଥିତି ସୃଷ୍ଟି କରିଥିବା ଯେ କୌଣସି ବ୍ୟକ୍ତି ବି ତଦନ୍ତର ପରିସରଭିକ୍ତକୁ ଆସିପାରନ୍ତି । ସରକାରଙ୍କ ଏକ ମାତ୍ର ଲକ୍ଷ ପୀଡିତାଙ୍କୁ ନ୍ୟାୟ ଦେବା ।

ବିରୋଧୀଙ୍କ ନ୍ୟାୟିକ ତଦନ୍ତ ଦାବି ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ଆହୁରୀ କହିଛନ୍ତି ଯେ, “ ପୂର୍ବ ସରକାରରେ ଅନେକ ଘଟଣାରେ ନ୍ୟାୟିକ ତଦନ୍ତ ହୋଇଥିଲା ହେଲେ ରିପୋର୍ଟ ଆସିଲାନି କି କାର୍ଯ୍ୟାନୁଷ୍ଠାନ ହେଲାନି । ଘଟଣାକୁ ନେଇ ସରକାର କଣ ପଦକ୍ଷେପ ନେଇଛନ୍ତି, ଏହାର ଅଗ୍ରଗତି କେମିତି ଚାଲିଛି, ଆଉ କଣ ପଦକ୍ଷେପ ଆବଶ୍ୟକ, ସେ ସବୁର ତର୍ଜମା କରିଛୁ। ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ” ।