fbpx

ଓଡ଼ିଶା ସରକାରଙ୍କ ‘ତୀର୍ଥଯାତ୍ରୀ ଯୋଜନା’: ନଭେମ୍ବର ୧ରୁ ଏପରି କରନ୍ତୁ ଆବେଦନ

Advertisement

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ରାଜ୍ୟର ବରିଷ୍ଠ ଲୋକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ ପାଇଁ ୨୦୧୬ମସିହାରୁ କାର୍ଯ୍ୟକାରୀ କରିଛନ୍ତି । ଚଳିତବର୍ଷ ତୀର୍ଥଯାତ୍ରାରେ ଯିବା ପାଇଁ ବରିଷ୍ଠ ନାଗରିକମାନେ ଆଗାମୀ ନଭେମ୍ବର ୧ତାରିଖରୁ ୧୦ତାରିଖ ମଧ୍ୟରେ ଅନଲାଇନ ଜରିଆରେ yatra.odisha.gov.in ଆବେଦନ କରିପାରିବେ ।

ଏହାଛଡା ଆବଶ୍ୟକ ଆବେଦନ ଫର୍ମକୁ ପୂରଣ କରି ବରିଷ୍ଠ ନାଗରିକ ଜଣଙ୍କୁ ବ୍ୟକ୍ତିଗତଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିମ୍ବା ଡାକ ଯୋଗେ ପଠାଇ ପାରିବେ । ତୀର୍ଥଯାତ୍ରା ଯିବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତିଙ୍କର ବୟସ ୬୦ବର୍ଷରୁ ଅଧିକ ଏବଂ ୭୫ବର୍ଷ ବୟସରୁ କମ୍‍ ଥିବା ଆବଶ୍ୟକ । ବ୍ୟକ୍ତି ଜଣଙ୍କ ଓଡିଶାବାସୀ ହେଇଥିବେ । ଚଳିତବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ୯ଟି ଟ୍ରେନ ଯୋଗେ ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାରେ ନେବା ପାଇଁ ରାଜ୍ୟସରକାର ବନ୍ଦୋବସ୍ତ କରିଛନ୍ତି ।

Get real time updates directly on you device, subscribe now.