fbpx

୧୬ତମ ଓଡ଼ିଶା ବିଧାନସଭାକୁ ଭଙ୍ଗ କଲେ ରାଜ୍ୟପାଳ ରଘୁବର ଦାସ 

ଭୁବନେଶ୍ୱର : ରାଜ୍ୟପାଳ ରଘୁବର ଦାସ ଆଜି ୧୬ତମ ଓଡ଼ିଶା ବିଧାନସଭାକୁ ଭଙ୍ଗ କରିଛନ୍ତି । ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ପୂର୍ବରୁ ବିଜେଡି ସରକାରର ପଞ୍ଚମ ପାଳିର ଶେଷ କ୍ୟାବିନେଟ୍‍ ବୈଠକ ଆଜି ଭୁବନେଶ୍ୱରର ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତରେ ଆଭାସୀ ଜରିଆରେ ଅନୁଷ୍ଠିତ ଏହି ରାଜ୍ୟ କ୍ୟାବିନେଟର ଶେଷ ବୈଠକରେ ଓଡ଼ିଶା ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ ଗଠନ ହେବା ପୂର୍ବରୁ ବିଧାନସଭା ଭାଙ୍ଗିବା ବିଧି ରହିଥିବାରୁ ଆଜିର ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

 

ତେବେ ରାଜ୍ୟର ୧୪୭ଟି ବିଧାନସଭା ଏବଂ ୨୧ଟି ଲୋକସଭା ଆସନ ପାଇଁ ଆସନ୍ତାକାଲି ଭୋଟ୍‍ ଗଣତି ହେବ । ଏଥିପାଇଁ ପୃଥକ୍‍ ଭାବେ ୧୬୮ଟି କେନ୍ଦ୍ରରେ ଭୋଟ୍‍ ଗଣତି କରାଯିବ । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍‍ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ସ୍ଥାନରେ ଥିବା ଅଣସ୍ତରୀଟି ଷ୍ଟ୍ରଙ୍ଗରୁମ୍‍ରେ ଇଭିଏମ୍‍ ଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବ୍ୟାଲେଟ୍‍ ଗଣନା ହେବା ପରେ ୮ଟା ୩୦ ମିନିଟ୍‍ରୁ ଇଭିଏମ୍‍ ଭୋଟ ଗଣନା ହେବ । ଲୋକସଭା ଏବଂ ବିଧାନସଭା ଆସନ ଭୋଟ୍‍ ଗଣତି ପାଇଁ ଅଲଗା ଅଲଗା ଟେବୁଲ ବ୍ୟବସ୍ଥା କରାଯାଇଛି ।

 

ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ଓ ନିର୍ବାଚନମଣ୍ଡଳୀଗୁଡିକର ଉପ-ନିର୍ବାଚନ ପାଇଁ ଭୋଟ ଗଣନା ମଙ୍ଗଳବାର ଦିନ ହିଁ ଅନୁଷ୍ଠିତ ହେବ। ମତଗଣନା ସକାଳ ୮ଟାରୁ ଆରମ୍ଭ ହେବ ବୋଲି ଇସିଆଇ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.