fbpx

ରେଲୱେ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି, ଅଧିକ ଅନୁଦାନ ମିଳିଛି, ଅଧିକ ବିକଶିତ ହେବ

ଓଡିଶା ଭାସ୍କର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ କ୍ଷେତ୍ରରେ ଅଧିକ ଅନୁଦାନ ମିଳିଥିବା କହିଛନ୍ତି । ରେଳୱେ ପାଇଁ କେନ୍ଦ୍ର ପ୍ରାୟ ୧୦ ହଜାର ୫୮୬ କୋଟି ଅନୁଦାନ ଦେଇଛି ଓଡିଶାକୁ । ଯାହା ୟୁପିଏ ସରକାରଠୁ ପ୍ରାୟ ୧୨ ଗୁଣା ଅଧିକ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜଣାଇଛନ୍ତି । ଓଡିଶାର ରେଳର ବିକାଶ ପାଇଁ ସେ ସରକାର ମାତ୍ର ୮୬୮ କୋଟି ଟଙ୍କା ଖର୍ଚ୍ଚ କରୁଥିଲା ବୋଲି ଅଶ୍ୱିନୀ କହିଛନ୍ତି । ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ ।

ସେପଟେ ଓଡିଶାର ରେଳୱେ ଭବିଷ୍ୟତରେ ଅଧିକ ବିକଶିତ ହେବ ବୋଲି ସେ ଜଣାଇଛନ୍ତି । ପ୍ରାୟ ୪୦ ଟି ପ୍ରକଳ୍ପର କାମ ଓଡିଶାରେ ଚାଲିଛି ଓ ଏହା ଶୀଘ୍ର ସମାପ୍ତ ହେବ ବୋଲି ମଧ୍ୟ ସେ କହିଛନ୍ତି । ଯାହା ଆଗାମୀ ଦିନରେ ଆହୁରି ବଢିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି । କେନ୍ଦ୍ରସରକାର ରେଳର ବିକାଶ ପାଇଁ ପ୍ରାୟ ୨ ଲକ୍ଷ ୬୨ ହଜାର କୋଟି ଟଙ୍କା ଅନୁମୋଦନ କରିଛନ୍ତି । କବଜ ୪.୨ ମଧ୍ୟ ନିଜର କର୍ଯ୍ୟ ତ୍ୱରାନ୍ୱିତ ଭାବରେ କରି ଚାଲିଛି ବୋଲି ସେ ଜଣାଇଛନ୍ତି ।

ଏହାବାଦ ଓଡିଶା ଅନ୍ୟ ଦେଶର ରେଳ ଅପେକ୍ଷା ବି ଅଧିକ ବିକଶିତ ହୋଇସାରିଛି ବୋଲି ସେ କହିଛନ୍ତି । ତାହାସହ ବିଗତ ୧୦ ବର୍ଷ ମଧ୍ୟରେ ଓଡିଶାରେ ପ୍ରାୟ ୪୨୭ ଟି ଫ୍ଲାଏଓବର କାମ ସରିଛି ଓ ପ୍ରାୟ ୪୭୦ ଟି ଅଣ୍ଡରପାସିଂ ହୋଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରାୟ ୫୯ ଟି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନରେ ରୂପାନ୍ତରିତ କରାଯିବ । ଓଡିଶାର ଅନେକ ରେଳଷ୍ଟେସନର ପୁନଃବିକାଶ ମଧ୍ୟ ହେବ ବୋଲି ସେ ଜଣାଇଛନ୍ତି ।

Get real time updates directly on you device, subscribe now.