fbpx

ଓଡ଼ିଶା ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି: ଜିଲ୍ଲା ଜଜ କ୍ୟାଡର ପଦରେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ନିଯୁକ୍ତି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଓଡ଼ିଶା ହାଇକୋର୍ଟ ପକ୍ଷରୁ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । କିଛି ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଅଗଷ୍ଟ ୨ରୁ ୧୬ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ ଗ୍ରହଣ କରାଯିବ । ଜିଲ୍ଲା ଜଜ କ୍ୟାଡର ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଓ.ଏସ.ଜେ.ଏସ ଓ ଓ.ଜେ.ଏସ. ରୁଲ୍ସ, ୨୦୦୭ ଓ ପରବର୍ତ୍ତୀ ସଂଶୋଧନ ଅନୁସାରେ ଏହି ନିଯୁକ୍ତିକୁ ପରିଚାଳନା କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନୋ ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ ।

ମୋଟ ୩୧ଟି ପଦ ଖାଲି ରହିଥିବା ବେଳେ ଅଣସଂରକ୍ଷିତଙ୍କ ପାଇଁ ୧୬ଟି, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୩ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୫ଟି ଓ ଅନୁସୂଚିତ ଜନଜାତି (ଏସଟି ପ୍ରାର୍ଥୀଙ୍କ ପାଇଁ ୭ଟି ପଦ ସଂରକ୍ଷିତ ରହିଛି । ମୋଟ ୧୦ଟି ପଦ ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ପ୍ରାର୍ଥୀଙ୍କୁ ୧,୪୪,୮୪୦ରୁ ୧,୯୪,୬୬୦ ପେ’ ସ୍କେଲରେ ବେତନ ସହିତ ମହଙ୍ଗା ଭତ୍ତା (ଡିଏ) ଓ ଅନ୍ୟ ଭତ୍ତା ସମୟାନୁସାରେ ମିଳିବ । ଚଳିତ ବର୍ଷ ଏପ୍ରିଲ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସସୀମା ୩୫ରୁ ୪୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ସରକାରୀ ସ୍ୱୀକୃତିପ୍ରାପ୍ତ କୌଣସି ବିଶ୍ୱବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନରୁ ଆଇନରେ ସ୍ନାତକ ଶିକ୍ଷା ସମାପ୍ତ କରିଥିବେ । ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ନିୟମ ଅନୁସାରେ ବୟସ କୋହଳ କରାଯିବ ।

ନୋଟିଫିକେସନ ଲିଙ୍କ: https://www.orissahighcourt.nic.in/recruitment-corner-pdf-view/215/

Get real time updates directly on you device, subscribe now.