fbpx

ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ କରୋନା

ଭୁବନେଶ୍ୱର,୨୪ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ବେଶ ବଢିବାରେ ଲାଗିଛି । ବଡ ବଡ ସେଲିବ୍ରିଟ ଓ କରୋନା ଯୋଦ୍ଧା ଏହାର ଶିକାର ହେଉଥିବା ବେଳେ ଏଥିରୁ ବାଦ୍ ପଡିନାହାନ୍ତି ନେତା ଓ ମନ୍ତ୍ରୀ । ଏହାରି ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କରୋନା ପଜିଟିଭ ହୋଇଛନ୍ତି । ଟେଷ୍ଟ ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି ।

ଏହା ସହ ଆଜି ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କରୋନା ପଜିଟିଭ ହୋଇଛନ୍ତି । କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ଖୋଦ୍ ଜୁଏଲ ଓରାମ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହା ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନା ପଜିଟିଭ ହୋଇଥିଲେ । ରିପୋର୍ଟ ପଜିଟିଭ ଆସିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ ଖୋଦ୍ ନରସିଂହ । ଏହା ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା କରିନେବାକୁ ସେ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.