ଜମ୍ମୁ-କାଶ୍ମୀର ପୋଲିସର ମହାନିର୍ଦ୍ଦେଶକ ହେବେ ଓଡିଆ ପୁଅ

ଶ୍ରୀନଗର : ଗୃହ ମନ୍ତ୍ରଳାୟ ଶୁକ୍ରବାର ଏକ ଆଦେଶ ଜାରି କରି କହିଛନ୍ତି , ପୂର୍ବରୁ ସିଆଇଡି ମହାନିର୍ଦ୍ଦେଶକ ଥିବା ରଶ୍ମିରଞ୍ଜନ ସ୍ୱାଇଁ ନଭେମ୍ବର ୧, ୨୦୨୩ରୁ ଜମ୍ମୁ-କାଶ୍ମୀର ପୋଲିସର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ । ୧୯୯୧ କ୍ୟାଡର ଆଇପିଏସ ଅଧିକାରୀ ତଥା ଓଡିଆ ପୁଅ ରଶ୍ମିରଞ୍ଜନ ସ୍ୱାଇଁ ପୋଲିସ ଡିଜିପି ହେବେ ।

ବର୍ତ୍ତମାନ ଜମ୍ମୁ-କାଶ୍ମୀର ପୋଲିସର ମହାନିର୍ଦ୍ଦେଶକ ଥିବା ଦିଲବାଗ ସିଂ ଆସନ୍ତା ୩୧ ଅକ୍ଟୋବରରେ ଅବସର ନେବେ ଏବଂ ତାଙ୍କ ସ୍ଥାନରେ ଓଡିଆ ପୁଅ ରଶ୍ମିରଞ୍ଜନ ସ୍ୱାଇଁ ପୋଲିସ ଡିଜିପି ହେବେ । ରଶ୍ମିରଞ୍ଜନ ସ୍ୱାଇଁ ରାଉରକେଲାର ମୂଳ ମାସୀନ୍ଦା । ସେ ନ୍ୟାସନାଲ ପୋଲିସ ଏକାଡେମୀରେ ତାଲିମ ପ୍ରାପ୍ତ କରିବା ପରେ ତାଙ୍କୁ ସର୍ବୋତ୍ତମ ପୋଲିସ କ୍ୟାଡେଟ ସମ୍ନାନ ମିଳିଥିଲା । ସେ ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ଏସଏସପି ଶ୍ରୀନଗର ଏବଂ ଜମ୍ମୁରେ କାମ କରିଥିଲେ । ସେ ଲେହ, ପୁଞ୍ଚ ଏବଂ ରାମବନରେ ମଧ୍ୟ କାର୍ଯ୍ୟ କରିଥିଲେ । ତେବେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ସହିତ ମୁକାବୁଲା କରିବା ପାଇଁ ତାଙ୍କର ବିଶେଷ ଅଭିଜ୍ଞତା ରହିଛି ।

Get real time updates directly on you device, subscribe now.