fbpx

ବିବାହର ଦୁଇ ମାସରେ ଦୁଇ ଲକ୍ଷ ଟଙ୍କାରେ ସ୍ତ୍ରୀକୁ ବିକିଲା ନାବାଳକ ସ୍ୱାମୀ

ବିବାହର ଦୁଇ ମାସ ପରେ ନିଜ ସ୍ତ୍ରୀକୁ ବିକିଲା ସ୍ୱାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରରେ । ଅଭିଯୋଗ ହୋଇଛି ୧୭ ବର୍ଷୀୟ କିଶୋର ତାଙ୍କ ପତ୍ନୀଙ୍କୁ ୫୫ ବର୍ଷୀୟ ଜଣେ ବ୍ୟକ୍ତଙ୍କୁ ବିକି ଦେଇଛନ୍ତି । ସୂଚନା ଅନୁଯାୟୀ ନାବାଳକ କିଶୋର ସୋସିଆଲ ମିଡିଆରେ ୨୪ ବଷୀୟ ଝିଅ ସହ ସମ୍ପର୍କରେ ଆସିଥିଲା ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଏହା ପରେ ଉଭୟଙ୍କ ପରିବାର ସେମାନଙ୍କ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ବିବାହର ଦୁଇ ମାସ ପରେ କିଛି ଆର୍ଥିକ ଅସୁବିଧା ଦର୍ଶାଇ କିଶୋର ପତ୍ନୀଙ୍କୁ ତାଙ୍କ ସହ ରାଜସ୍ଥାନ ଆସିବାକୁ କହିଥିଲେ ଏବଂ ଇଟା ଭାଟ୍ଟିରେ କାମ କରିବା ସହ ମିଳିମିଶି ଟଙ୍କା ରୋଜଗାର କରିବାକୁ କହିଥିଲେ ।

ହେଲେ ରାୟପୁରରେ ପହଞ୍ଚିବାର କିଛି ଦିନ ପରେ କିଶୋର ନିଜ ପତ୍ନୀଙ୍କୁ ବାରା ଜିଲ୍ଲାର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ୧ଲକ୍ଷ ୮୦ହଜାର ଟଙ୍କାରେ ବିକ୍ରି କରିଥିଲା । ଏହା ପରେ ସେ ଓଡ଼ିଶା ଫେରିଆସିଥିଲା ଏବଂ ଝିଅଙ୍କ ର ପରିବାର ଲୋକଙ୍କୁ କହିଥିଲା ସେ କେଉଁଆଡେ କାହା ସହ ପଳାଇଯାଇଛନ୍ତି । ତେବେ ତାଙ୍କ ପରିବାର ଲୋକଙ୍କୁ ବିଶ୍ୱାସ ହୋଇନଥିଲା ଏବଂ ସେମାନେ ଏକ ମାମଲା ରୁଜୁ କରିଥିଲେ ।

ମାମଲା ଆଧାରରେ ବଲାଙ୍ଗୀର ଏସପି ନିତିନ କୁସାଲକର ଏକ ଟିମ୍ ଗଠନ କରିଥିଲେ । ତଦନ୍ତ କରି ଜାଣିବାକୁ ପାଇଥିଲା ଯେ କିଶୋର ତାଙ୍କୁ ପତ୍ନୀକୁ ବିକ୍ରି କରିଦେଇଛି ଏବଂ ସେହି ଟଙ୍କାଙ୍କୁ ଖର୍ଚ୍ଚ କରିବା ସହ ଏକ ଦାମୀ ସ୍ମାର୍ଟଫୋନ କିଣିବାରେ ଖର୍ଚ୍ଚ କରିଛି । ସେପଟେ କିଶୋରର କହିବା ଅନୁଯାୟୀ ସେ ତାଙ୍କୁ ୬୦ ହଜାର ଟଙ୍କାରେ ବନ୍ଧା ରଖିଥିଲା କାରଣ ତାଙ୍କୁ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିଲା ଏବଂ ସେ ତାହାର ସର୍ଜରୀ ପାଇଁ ଏହି ଟଙ୍କା ଆଣିଥିଲା । ଶୁକ୍ରବାର କିଶୋରକୁ କୋର୍ଟରେ ଉପସ୍ଥିତ କରିବା ପରେ ବାଳ ସୁଧାର ଗୃହକୁ ପଠାଇଦିଆଯାଇଛି ।

Get real time updates directly on you device, subscribe now.