fbpx

ଆୟ ବହିର୍ଭୂତ ସମ୍ପତ୍ତି ଠାବରେ ଓଡ଼ିଶା ଭିଜିଲାନ୍ସ ସାରା ଭାରତ ବର୍ଷରେ ଏକ ନମ୍ବର

ଓଡିଶା ଭାସ୍କର: ସାରା ଦେଶରେ ଓଡ଼ିଶା ଭିଜିଲାନ୍ସକୁ ଏକ ବଡ଼ ସଫଳତା ମିଳିଥିବା ଦେଖିବାକୁ ମିଳିଛି। କାରଣ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(NCRB) ତଥ୍ୟ ଆଜି ଓଡ଼ିଶା ଭିଜିଲାନ୍ସକୁ ଏକ ନମ୍ବରରେ ପହଞ୍ଚାଇଛି। ଯେଉଁଥିରେ ଆୟ ବହିର୍ଭୂତ ସମ୍ପତ୍ତି ଠାବରେ ଓଡ଼ିଶା ଭିଜିଲାନ୍ସ ସାରା ଭାରତ ବର୍ଷରେ ବୁଠୁ ଆଗରେ ରହିଛି।

ସୂଚନା ଅନୁଯାୟୀ, ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରିବାରେ ଓଡ଼ିଶା ଭିଜିଲାନ୍ସ ଏକ ରେକର୍ଡ ସୃଷ୍ଟି କରିଛି । ୨୦୨୨ରେ ଓଡ଼ିଶା ଭିଜିଲାନ୍ସ ସେଲ୍ ପକ୍ଷରୁ ସର୍ବାଧିକ ୮୫ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରାଯାଇଛି, ଯାହା କି ଦେଶରେ ସର୍ବାଧିକ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ତେବେ ୨୦୨୨ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିବାରେ ଓଡ଼ିଶା ଭିଜିଲାନ୍ସ ଦେଶରେ ପ୍ରଥମ ସ୍ଥାନରେ ଥିବା ବେଳେ କର୍ଣ୍ଣାଟକ ଓ ବିହାର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ଏନସିଆର ବି ତଥ୍ୟ ଅନୁସାରେ କର୍ଣ୍ଣାଟକରେ ୫୬ ଓ ବିହାରର ୪୮ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରାଯାଇଛି। ଏହାଛଡା ଗତବର୍ଷ ଲାଞ୍ଚ ଗ୍ରହଣ କରୁଥିବା ବେଳେ ୧୧୮ ଜଣ ସରକାରୀ କର୍ମଚାରୀଙ୍କୁ ଧରିଥିଲା ଓଡ଼ିଶା ଭିଜିଲାନ୍ସ।

Get real time updates directly on you device, subscribe now.