fbpx

ଭୋଳାନାଥଙ୍କୁ ଶୀଘ୍ର ପ୍ରସନ୍ନ କରିବାକୁ ଚାହୁଁଥିଲେ ଅର୍ପଣ କରନ୍ତୁ ଏହି ଜିନିଷ

Advertisement

ସୋମବାର ଭଗବାନ ଶିବଙ୍କୁ ସମର୍ପିତ । ଏହି ଦିନ ଶିବ ପୂଜାର ବିଶେଷ ମହତ୍ୱ ରହିଛି । ପବିତ୍ର ମନରେ ମହାଦେବଙ୍କୁ ତାଙ୍କର ପ୍ରିୟ ଜିନିଷ ଅପର୍ଣ କରିବା ଦ୍ୱାରା ସେ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ କରିଥାନ୍ତି । ସେଥିପାଇଁ ତାଙ୍କୁ ଭୋଳାନାଥ ବି କୁହାଯାଏ । ଶିବ ଲିଙ୍ଗ ଉପରେ ବିଭିନ୍ନ ପ୍ରକାର ଦ୍ରବ୍ୟ ଅର୍ପଣ କରିବା ଦ୍ୱାରା ତଦାନୁଯାୟୀ ଫଳ ପ୍ରାପ୍ତି ହୋଇଥାଏ । ଆସନ୍ତୁ ଜଣିବା ଏହି ବିଷୟରେ:

– ସୋମବାର ଶିବ ଲିଙ୍ଗ ଉପରେ ପଞ୍ଚାମୃତ ଅର୍ପଣ କରିବା ଶୁଭ ହୋଇଥାଏ । ଏହା ପରେ ଚନ୍ଦନ ଓ ବିଭୁତି ଲଗାଇ ବେଲ ପତ୍ର, ଦୁଦୁରା ଫୁଲ ଏବଂ ଶାମି ପତ୍ର ଅପର୍ଣ କରି ପୂଜାର୍ଚ୍ଚନା କରିବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି । ଏହା ଦ୍ୱାରା ଶିବଙ୍କ କୃପା ଲାଭ ହେବା ସହ ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

– ସୋମବାର ଆଖୁ ରସରେ ଶିବ ଲିଙ୍ଗର ଅଭିଷେକ କରିବା ଉତ୍ତମ ଅଟେ । ଏହା ଦ୍ୱାରା ଭୋଳାନାଇ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ସମସ୍ତ ମନସ୍କାମନା ପୁରଣ କରିଥାନ୍ତି ।

– ଭିନ୍ନ ଭିନ୍ନ ଇଚ୍ଛା ପୂର୍ତ୍ତି ପାଇଁ ବିଭିନ୍ନ ପ୍ରକାର ଦ୍ରବ୍ୟରେ ରୁଦ୍ରାଭିଷେକ କରାଯାଇଥାଏ । ଘିଅରେ ରୁଦ୍ରାଭିଷେକ କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ହୋଇଥାଏ, ଗଙ୍ଗା ଜଳରେ ଅଭିଷେକ କରିଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ସେହିପରି କ୍ଷୀର ଅର୍ପଣ କଲେ ଆରୋଗ୍ୟ ପ୍ରାପ୍ତି ହୋଇଥାଏ ।

– ସୋମବାର ଶିବ ମନ୍ଦିରରେ ଦୀପ ଦାନ କଲେ ଭୋଳାନାଥଙ୍କ କୃପା ପ୍ରାପ୍ତି ହୋଇଥାଏ । ଏହା ବ୍ୟତୀତ ଚାଉଳ ସହ କଳା ରାଶି ମିଶାଇ ଅର୍ପଣ କଲେ ପିତୃ ଦୋଷରୁ ମୁକ୍ତି ମିଳିଥାଏ ।

– ଶିବ ଲିଙ୍ଗରେ ଭଗବାନଙ୍କ ପ୍ରିୟ ଦ୍ରବ୍ୟ ଅପର୍ଣ କରିବା ପରେ ଓଁ ନମଃ ଶିବାୟ ମନ୍ତ୍ରର ୧୦୮ ଥର ଜାପ କରିବା ଫଳପ୍ରଦ ହୋଇଥାଏ । ସୋମବାର ଶିବ ମନ୍ଦିରରେ ରୁଦ୍ରାକ୍ଷ ଅର୍ପଣ କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ ।

– ଶିବ ଲିଙ୍ଗ ଉପରେ ସୋରିଷ ତେଲ ଅର୍ପଣ କଲେ ଶତ୍ରୁମାନଙ୍କ ବିନାଶ ହେବା ସହ ଋଣରୁ ମୁକ୍ତି ମିଳିଥାଏ ।

 

Get real time updates directly on you device, subscribe now.