fbpx

ମଝି ରାସ୍ତାରେ ଫାଟିଲା ତେଲ ଟ୍ୟାଙ୍କର; ଜୀଅନ୍ତା ଜଳିଗଲେ ୯୧

ନୂଆଦିଲ୍ଲୀ: ଏକ ତେଲ ଟ୍ୟାଙ୍କର ଫାଟିବା ଫଳରେ ୯୧ ଜଣଙ୍କ ପ୍ରାଣହାନି ଘଟିଛି । ଆଫ୍ରିକୀୟ ରାଷ୍ଟ୍ର୍ର ସିଏରା ଲିଓନରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ଅନ୍ୟୁନ ୯୧ ଲୋକ ଜୀଅନ୍ତା ଜଳି ଯାଇଥିବା ଅନୁମାନ କରାଯାଇଛି । ଶତାଧିକ ଲୋକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଶତକ ପାର କରିବା ଆଶଙ୍କା କରାଯାଇଛି । ୪୦ ଫୁଟ ଲମ୍ବର ତେଲ ଟାଙ୍କିଟି ଯାଉଥିବା ସମୟରେ ଅନ୍ୟ ଏକ ଗାଡିକୁ ଧକା ଦେଇଥିଲା । ଭୟଙ୍କର ବିସ୍ଫୋରଣ ସହିତ ଉକ୍ତ ଅଞ୍ଚଳ ସ୍ମଶାନରେ ପରିଣତ ହୋଇଥିଲା ।

ଫେସବୁକ୍ ତଥା ଅନ୍ୟ ସୋସିଆଲ ମିଡିଆରେ ଟ୍ୟାଙ୍କର ସହିତ ଶବ ଗୁଡିକର ଫଟୋ ବେଶ ଭାଇରାଲ ହୋଇଥିଲା । ଏହା ସହିତ ମୃତ୍ୟୁ ସଂଖ୍ୟା ୧୦୦ରୁ ଅଧିକ ଥିବା ନେଇ କିଛି ପ୍ରତ୍ୟକ୍ଷଦର୍ଶୀ ଦାବି କରିଛନ୍ତି । ସିଏରା ଲିଓନର ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.