fbpx

ରୁଷର ବୋମାମାଡ଼ରେ ୟୁକ୍ରେନର ପ୍ରସିଦ୍ଧ ଅଭିନେତ୍ରୀ ଓକସାନା ଶଭେଟସଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧ ଆଜି ୨୩ ଦିନରେ ପହଞ୍ଚିଛି । ଏହାମଧ୍ୟରେ ଏକାଧିକ ବାର ଦୁଇ ରାଷ୍ଟ୍ର ମଧ୍ୟରେ ଆଲୋଚନା ହୋଇଥିଲେ ହେଁ ସମାଧାନର ସୂତ୍ର ବାହାରି ପାରିନାହିଁ । ତେଣୁ ଆଜି ରୁଷର ଆକ୍ରମଣର ଶିକାର ହୋଇଛନ୍ତି ୟୁକ୍ରେନର ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ରକେଟ ମାଡ଼ରେ ୬୭ ବର୍ଷୀୟା ଥିଏଟର ଅଭିନେତ୍ରୀ ଓକସାନା ଶଭେଟ୍ସଙ୍କର ମୃତ୍ୟୁ ଘଟିଛି ।

ଏକ ରେସିଡେନ୍ସିଆଲ ବିଲଡିଂ ଉପରେ ରୁଷ୍ ରକେଟ ମାଡ଼ ହେବା ଫଳରେ ଓକସାନାଙ୍କ ପରଲୋକ ଘଟିଥିବା ୟଙ୍ଗ ଥିଏଟର କମ୍ୟୁନିଟି ପକ୍ଷରୁ କୁହାଯାଇଛି । ଓକସାନା ଜଣେ ମହାନ୍ କଳାକାର ଥିଲେ ଓ ତାଙ୍କର କାମକୁ ସମସ୍ତେ ପସନ୍ଦ କରୁଥିଲେ । ତାଙ୍କୁ ୟୁକ୍ରେନର ସର୍ବୋଚ୍ଚ ପୁରସ୍କାର ‘ଅନର ଆର୍ଟିଷ୍ଟ ଅଫ୍ ୟୁକ୍ରେନ’ରେ ସମ୍ମାନିତ କରାଯାଇଥିଲା । ସେ ଇଭାନ ଫ୍ରାଙ୍କୋ ଥିଏଟର ଓ କିଭ୍ ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଥିଏଟର କଳାରେ ଅଧ୍ୟୟନ କରିଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ୟୁକ୍ରେନରେ ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶଙ୍କ ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.