fbpx

ଶୀତ ଦିନେ ଡରାଉଛି କି ପୁରୁଣା ଯନ୍ତ୍ରଣା ? ଏହି ଉପାୟ ଦେଇଥାଏ ଆରାମ

ଶରୀର ଅଛି ମାନେ ରୋଗ ହେବା ସ୍ୱାଭାବିକ । ଅନେକ ସମୟରେ ଖେଳକୁଦ, ଆକ୍ସିଡେଣ୍ଟ ବା ଅନ୍ୟ କାରଣରୁ ଆମକୁ ଆଘାତ ଲାଗିଥାଏ । ସମୟକ୍ରମେ ଔଷଧ ସେବନ ଦ୍ୱାରା ସେହି ଆଘାତ ଠିକ୍ ହୋଇଯାଇଥାଏ । କିନ୍ତୁ ଶୀତ ଦିନେ ପୁରୁଣା ଯନ୍ତ୍ରଣା ଯେମିତି ପୁଣି ସତେଜ ହେଲା ପରି ଅନୁଭବ ହୁଏ । ମାଂଶପେଶୀ ଏବଂ ଗଣ୍ଠି ଯନ୍ତ୍ରଣା ଅଧିକ କଷ୍ଟ ଦେଇଥାଏ । ବିଶେଷ କରି କ୍ରୀଡ଼ାବିତ୍ ଏବଂ ବୟସ୍କମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖଯାଏ । ପ୍ରାୟତଃ ଶୀତ ଦିନରେ ମାଂଶପେଶୀ ଗୁଡ଼ିକ ପ୍ରସାରିତ ହେବା କାରଣରୁ ଶରୀରରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ବେକ, ପିଠି, ଅଣ୍ଟା, ଆଣ୍ଠୁ ବା ଆଘାତ ଲାଗିଥିବା ପୁରୁଣା ସ୍ଥାନରେ ପୀଡ଼ା ଅନୁଭବ ହୋଇଥାଏ । ତେବେ ଡ଼ାକ୍ତରଙ୍କ ଅନୁଯାୟୀ ଏହି ସବୁ ସମସ୍ୟାରୁ ନିଜକୁ ଦୂରେଇ ରଖିବା ପାଇଁ ନିମ୍ନଲିଖିତ କିଛି ଉପାୟ ଅବଲମ୍ବନ କଲେ ଉପସମ ମିଳିଥାଏ:

– ଦରଜ ହେଉଥିବା ସ୍ଥାନରେ ଗରମ ପାଣିର ସେକ ଦେବା ସହ ଗରମ କପଡ଼ା ବାନ୍ଧି ରଖିବା ଉଚିତ ।

– ଅତି ଆବଶ୍ୟକ ନ ହେଲେ ଥଣ୍ଡାକୁ ବାହାରନ୍ତୁ ନାହିଁ । ଶରୀରକୁ ଗରମ ରଖିବା ପାଇଁ ଶୀତ ବସ୍ତ୍ର ପିନ୍ଧନ୍ତୁ ।

– ଗରମ/ ଉଷୁମ ପାଣିରେ ସ୍ନାନ କରିବା ଦ୍ୱାରା ମାଂଶପେଶୀ ଓ ଗଣ୍ଠିର ନମନୀୟତର ବଜାୟ ରହିଥାଏ । ଏହା ଦ୍ୱାରା ଦରଜ ଏବଂ ଫୁଲା କମି ଥାଏ ।

– ଯନ୍ତ୍ରଣା ସ୍ଥାନରେ ଉଷୁମ ତେଲରେ ମାଲିଶ କରିବା ଲାଭଦାୟକ ହୋଇଥାଏ । ତେବେ ହାଲୁକା ହାତରେ ମାଲିଶ କରିବା ଉଚିତ ।

– ଶୀତ ଦିନେ ଶରୀରର ମାଂଶପେଶୀ ଓ ଗଣ୍ଠି ଥଣ୍ଡା ଯୋଗୁଁ ଶୁଷ୍କ ଓ ଟାଣ ହୋଇଯାଏ । ତେଣୁ ହାଲୁକା ବ୍ୟାୟାମ ବା ଷ୍ଟ୍ରେଚିଂ କରିବା ଅତ୍ୟନ୍ତ ଲାଭଦାୟକ ଅଟେ ।

– ଯେତେଦୂର ସମ୍ଭବ ଭୋଜନରେ ଭିଟାମିନ୍‌-‘ସି’ର ପରିଣାମ ବୃଦ୍ଧି କରନ୍ତୁ । ଗରମ ଖାଦ୍ୟପେୟ ସେବନ କରନ୍ତୁ । ଥଣ୍ଡା ଜିନିଷ ଠାରୁ ଦୂରେଇ ରୁହନ୍ତୁ କାରଣ ଏହା ଯନ୍ତ୍ରଣା ବୃଦ୍ଧି କରିପାରେ ।

 

Get real time updates directly on you device, subscribe now.