ଜଣେ ଲୋକ ଜୀବିତ ଅଛି । ଏଥିପାଇଁ କ’ଣ ପ୍ରମାଣ ଆବଶ୍ୟକ । କିନ୍ତୁ ହରିୟାଣାର ରୋହତକ ଜିଲ୍ଲାରେ ୧୦୨ ବର୍ଷୀୟ ବୁଦ୍ଧ ନିଜକୁ ଜୀବିତ ପ୍ରମାଣ କରିବାକୁ ପଡ଼ିଛି । ଆଉ ସେ ଏକ ଭିନ୍ନ ଉପାୟରେ ଜୀବିତ ଥିବା ନେଇ ମଧ୍ୟ କହିଛନ୍ତି ।
ଦୁଲି ଚନ୍ଦ ନାମକ ଜଣେ ବ୍ୟକ୍ତି ଜୀବିତ ଥିବା ପ୍ରମାଣ କରିବା ପାଇଁ ରଥରେ ବସି ଏକ ଶୋଭାଯାତ୍ରା କରି, ବ୍ୟାଣ୍ଡ୍ ବାଜା ସହ ସରକାରୀ ଅଧିକାରୀଙ୍କ ସାମ୍ନାରେ ପହଞ୍ଚିଥିଲେ । ପ୍ରକୃତରେ ରାଜ୍ୟର ସରକାର ତାଙ୍କୁ ମୃତ ଘୋଷଣା କରିଦେଇଥିଲେ । ଯାହାପରେ ସେ ଏଭଳି ପଦକ୍ଷେପ ନେଇଥିଲେ ।
ଆମ ଆଦମୀ ପାର୍ଟୀର ହରିୟାଣାର ପୂର୍ବତନ ଅଧ୍ୟକ୍ଷ ନବୀନ ଜୟହିନ୍ଦ ମଧ୍ୟ ତାଙ୍କ ସହ ପହଞ୍ଚିଥିଲେ । ଜୟହିନ୍ଦ୍ କହିଛନ୍ତି ଯେ ୧୦୨ ବର୍ଷୀୟ ବ୍ୟକ୍ତି ଜୀବିତ ଅଛନ୍ତି ଏବଂ ଏହାକୁ ପ୍ରମାଣ କରିବା ପାଇଁ ତାଙ୍କ ପାଖରେ ଆଧାର କାର୍ଡ, ବ୍ୟାଙ୍କ୍ ଷ୍ଟେଟମେଣ୍ଟ ରହିଛି । ଯେତେବେଳେକି ସରକାରୀ ରେକର୍ଡରେ ଦୁଲୀ ଚନ୍ଦଙ୍କୁ ମୃତ ଦର୍ଶାଯାଇଛି ଏବଂ ତାଙ୍କର ବୃଦ୍ଧାବସ୍ଥା ପେନ୍ସନ ରୋକାଯାଇଛି ।
ଦୁଲି ଚନ୍ଦ ତାଙ୍କ ସମର୍ଥକଙ୍କ ସହ ସରକାରୀ କାର୍ଯ୍ୟାଳୟ ରାସ୍ତାରେ ଲିଫ୍ଲେଟ ଧରି ପହଞ୍ଚିଥିଲେ । ସେଥିରେ ଲେଖାଯାଇଥିଲା ସେ ଜୀବିତ ଅଛନ୍ତି ବୋଲି ଲେଖାଯାଇଥିଲା ।
थारा फूफा अभी जिंदा है😇
हरियाणा सरकार ने 102 साल के बुजुर्ग को मृत घोषित कर वृद्धावस्था पेंशन रोक ली जिसके खिलाफ बुजुर्ग दुलीचंद बैंड बाजे के साथ दूल्हा बनकर डीसी ऑफिस बरात लेकर पहुंचे। pic.twitter.com/LMmfhIQP6f
— Raman Dhaka (@RamanDhaka) September 9, 2022