fbpx

ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଆଗ ଟିକା

ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ଆସନ୍ତା ୧୬ରୁ ଟିକାକରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଜି ଅପରାହ୍ନରେ ଭୁବନେଶ୍ୱରରେ ଆସି ପହଞ୍ଚିବ କରୋନା ଟିକା । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି ଯେ, ‘ଅପରାହ୍ନ ୪ଟା ୨୫ରେ ସ୍ପାଇସ୍ ଜେଟ୍ ବିମାନରେ ଟିକା ଭୁବନେଶ୍ୱରରେ ପହଞ୍ଚିବ । ପ୍ରଥମେ ବୟସ୍କ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ । ଭୁବନେଶ୍ୱରରେ ଟିକା ପହଞ୍ଚିଲେ ସିଧାସଳଖ କେନ୍ଦ୍ରକୁ ଯିବ । ଜିଲ୍ଲାକୁ ଟିକା ନେଇଯିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ଆଜି ସେମାନେ ଭ୍ୟାକ୍ସିନ ଗାଡି ପଠାଇ ସେମାନଙ୍କ ଟିକା ନେଇଯିବେ । ଆମ ପାଖକୁ କୋଭିସିଲ୍ଡର ମୋଟ ୪ ଲକ୍ଷ ୮ ହଜାର ଡୋଜ୍ ଆସୁଛି । କୋଭାକ୍ସିନର ୨୦ ହଜାର ଡୋଜ୍ ଆସିବାକୁ ମଧ୍ୟ ଚିଠି ପାଇଛୁ । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ।’

Get real time updates directly on you device, subscribe now.