fbpx

ରାସ୍ତାରୁ ହଟିବ ୧୫ ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ଗାଡ଼ି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାସ୍ତାରୁ ହଟିବାକୁ ଯାଉଛି ୧୫ ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ଗାଡ଼ି । ଓଡ଼ିଶାରେ ପୁରୁଣା ଗାଡ଼ି ଚିହ୍ନଟ ହୋଇସାରିଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀଙ୍କ କହିବା ମୁତାବକ, ‘ପରିବହନ ବିଭାଗ ଏନେଇ ପ୍ରକ୍ରିୟା ଆରମ୍ଭ କରି ସାରିଛି । ରାଜ୍ୟରେ ଲକ୍ଷାଧିକ ୧୫ ବର୍ଷର ପୁରୁଣା ଗାଡ଼ି ଅଛି । କେନ୍ଦ୍ରର ନୂଆ ସ୍କ୍ରାପ୍ ପଲିସି ଅନୁସାରେ ରାଜ୍ୟ କାର୍ଯ୍ୟକାରୀ କରିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା ।

ତେବେ ଏହା ପୂର୍ବରୁ ରାସ୍ତାରେ ପୁରୁଣା କାର୍ ଚଳାଇଲେ ଫାଇନ୍ ଲାଗିବ ବୋଲି ଦିଲ୍ଲୀ ସରକାର ଘୋଷଣା କରିଥିଲେ । ଯଦି ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ କାର ଓ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ କାର ରାସ୍ତାରେ ଚଳାଇବେ ତେବେ ଆପଣଙ୍କୁ ତଣ୍ଡ ଗଣିବାକୁ ପଡ଼ିବ। ୫୦୦ କି ୧୦୦୦ ନୁହେଁ ଏକା ଥରକେ ୧୦ ହଜାର ଜୋରିମାନା ଦେବେ ଗାଡ଼ି ଚାଳକ।

Get real time updates directly on you device, subscribe now.