fbpx

ନାଭିରେ ଅଲିଭ୍ ଅଏଲ ଲଗାଇବା ଦ୍ୱାରା ଶରୀରକୁ ମିୁଳିଥାଏ ଏହିସବୁ ଫାଇଦା; ଜାଣିବା ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାର ଯୋଗ ଏବଂ ଏକ୍ସରସାଇଜ କରିବା ସହ ଅନେକ ପ୍ରକାର ଉପାୟ ମଧ୍ୟ ଆପଣାଇଥାନ୍ତି । ଫଳରେ ସେମାନେ ନିଜକୁ ସୁସ୍ଥ ରଖିଥାନ୍ତି । ତେବେ ବର୍ତ୍ତମାନ ଶୀତ ଋତୁ ଚାଲିଥିବା ବେଳେ ଅନେକ ଲୋକେ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି । କାରଣ ଏହି ସମୟରେ ।ମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ଫଳରେ ଆମକୁ ସଙ୍ଗେ ସଙ୍ଗେ ସଂକ୍ରମଣ ହୋଇଯାଏ । ଏଥିସହତ ଶୀତଦିନେ କେଶ ଏବଂ ଚର୍ମ ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ । ତେଣୁ ଏହି ସମୟରେ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଅନେକ ପ୍ରକାର ଉପାୟ ଆପଣାଇ ଥାନ୍ତି । ଯେଉଁଥିରେ ଅଲିଭ ଅଏଲର କିଛି ଉପାୟ ମଧ୍ୟ ଜଡିତ ଅଛି । ଯାହାକୁ ଆପଣାଇବା ଦ୍ୱାରା ଏହା ଅନେକ ରୋଗରୁ ଆମକୁ ମୁକ୍ତି ଦେଇଥାଏ । ଖାସକରି ଅଲିଭ ଅଏଲକୁ ନାଭିରେ ଲଗାଇବା ଦ୍ୱାରା ଏହା ଆମ ଶରୀରକୁ ଅନେକ ଫାଇଦା ଯୋଗାଇଥାଏ । ଫଳରେ ଆମେ ସୁସ୍ଥ ରହିଥାନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ନାଭିରେ ଅଲିଭ ଅଏଲ ଲଗାଇବା ଦ୍ୱାରା ଆମକୁ କେଉଁ ସୁବିଧା ମିଳିଥାଏ ।

ନାଭିରେ ଅଲିଭ ଅଏଲ ଲଗାଇବା ଦ୍ୱାରା ମିଳିଥାଏ ଏହି ଫାଇଦା:

୧.କେଶ ଏବଂ ତ୍ୱଚା ପାଇଁ ଲାଭ ଦାୟକ: ଅଲିଭ ଅଏଲରେ ପ୍ରଚୁର ପରିମାଣରେ ଭିଟାମିନ ରହିଥାଏ । ଯାହାକି କେଶ ଏବଂ ତ୍ୱଚା ପାଇଁ ଖୁବ ଲାଭଦାୟକ ହୋଇଥାଏ । ତେଣୁ ଆପଣ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ନାଭିରେ ଅଲିଭ ଅଏଲ ଲଗାଇବା ଦ୍ୱାରା ଏହା ଆପଣଙ୍କ ତ୍ୱଚାରେ ଚମକ ଆଣିବା ସହ କେଶର ଶୁଷ୍କତା ଅର୍ଥାତ୍ ଡ୍ରାଏନେସ ଦୂର କରିବ । ଫଳରେ ଶୀତଦିନରେ ହେଉଥିବା କେଶ ଏବଂ ସ୍ୱଚା ସମସ୍ୟା ଦୂର ହେବ ।

୨.ଗ୍ୟାସରୁ ମିଳିବ ମୁକ୍ତି: ଆଜିକାଲି ପ୍ରାୟ ଅନେକ ଲୋକଙ୍କ ଲାଇଫ ଷ୍ଟାଇଲ ଏବଂ ଖାଦ୍ୟଶୈଳୀ ଏକ ପ୍ରକାର ବିଗିଡି ଯାଇଛି । ଫଳରେ ଅନେକ ମସୟରେ ସେମାନେ ତେଲ ଜାତୀୟ ଖାଦ୍ୟ ଅଧିକ ମାତ୍ରାରେ ସେବନ କରୁଛନ୍ତି । ଯେଉଁକାରଣରୁ ସେମାନଙ୍କର ପେଟ ଜନିତ ସମସ୍ୟା ଏବଂ ଗ୍ୟାସ ସୃଷ୍ଟି ହୋଇଥାଏ । ଫଳରେ କୋଷ୍ଠକାଠିନ୍ୟ ପରି ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ରାତିରେ ଶୋଇବା ସମୟରେ ନାଭିରେ ଅନିଭ ଅଏଲ ଲଗାଇ ଶୁଅନ୍ତୁ । ଏୁପରି କିରବା ଦ୍ୱାରା ଗ୍ୟାସ୍ ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିବ ।

୩. ହୃଦରୋଗ ଦୂର ହେବ: ନାଭିରେ ଅଲିଭ୍ ଅଏଲ୍ ଲଗାଇବା ହୃଦଘାତ ଜନିତ ସମସ୍ୟା ଥିବା ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । କାରଣ ଏହି ତେଲରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମିଳିଥାଏ ଯାହା ହୃଦୟ ପାଇଁ ଲାଭଦାୟକ ଅଟେ । କିନ୍ତୁ ଏହାକୁ ଆପଣାଇବା ପୂର୍ବରୁ ହୃଦରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିତ୍ୟାନ୍ତ ଆବଶ୍ୟକ ।

୪. ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି: ବାର୍ଦ୍ଧକ୍ୟ ସହିତ ଅନେକ ଲୋକ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାର ଶିକାର ହୋଇଥାନ୍ତି । ଫଳରେ ସେମାନଙ୍କୁ ଚଲାବୁଲା କରିବା ରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ରାତିରେ ଶୋଇବା ପୂର୍ବରୁ ନାଭିରେ ଅଲିଭ୍ ଅନଏଲ ଲଗାଇ ଶୁଅନ୍ତୁ । ଯଦି ଆପଣ ଏହାକୁ ନିୟମିତ କରନ୍ତି ତେବେ ଆପଣ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ ।

Get real time updates directly on you device, subscribe now.