ହୃତଘାତର ଶିକାର ହେଲେ ଓଡ଼ିଆ ଅଭିନେତା ସୋହମ ସିଂ, ଆଇସିୟୁରେ ଭର୍ତ୍ତି
ଓଡ଼ିଆ ଯୁବ ଅଭିନେତାଙ୍କୁ ହାର୍ଟଆଟାକ, ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର: ଓଲିଉଡ଼ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଆ ସିନେ ଅଭିନେତା ସୋହମ ସିଂ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖବର ମୁତାବକ ସୋହମଙ୍କୁ ହାର୍ଟଆଟାକ ଆସିଥିଲା। ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା।
ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ସୋହମ ସିଂ। ଧିରେ ଧିରେ ସେ ସୁସ୍ଥ ହେଉଥିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି ବୋଲି ଡାକ୍ତର କହିଛନ୍ତି। ସୋହମ ସିଂ ପ୍ରକୃତରେ ନିଜର ଫିଟନେସକୁ ଗୁରୁତ୍ୱ ଦିଅନ୍ତି। ହଠାତ୍ ତାଙ୍କର ଏହି ହୃଦଘାତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ସୋହମଙ୍କର ଆଗକୁ ଏକ ଆକ୍ସନ ମୁଭି ‘ଅଲ୍ଲୀ ବଜରଙ୍ଗୱାଲି’ ରିଲିଜ ହେବାକୁ ଯାଉଛି। ପୂର୍ବରୁ ସେ ‘ଅଜାତ ଶତ୍ରୁ’, ‘ଆଇ ଲଭ୍ ୟୁ ପ୍ରିୟା’, ‘ରାଉଡି ରାଜା’ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।