fbpx

ଗିରଫ ହେଲେ ଓଲିଉଡ ଅଭିନେତ୍ରୀ: ଅର୍ପିତାଙ୍କ ଘରୁ ଜବତ ହୋଇଥିଲା କୋଟି କୋଟି ଟଙ୍କା

କୋଲକାତା: ଗିରଫ ହୋଇ ଜେଲ ହାଜତ ଭିତରେ ପହଞ୍ଚିଛନ୍ତି ଓଲିଉଡ ଜଗତର ଜଣେ ଚିହ୍ନା ନାୟିକା । ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲାରେ ଫସି ଏବେ ଇଡି ହାତରେ ସେ ଗିରଫ ହୋଇଛନ୍ତି । ଓଡିଆ ଅଭିନେତ୍ରୀ ତଥା ମମତା ବାନାର୍ଜି ସରକାରର ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରେଡ କରିବା ସମୟରେ ଅର୍ପିତାଙ୍କ ଘରୁ ୨୦ କୋଟି ଟଙ୍କା ଜବତ କରିଛି ଇଡି । ଫଳରେ ତାଙ୍କୁ ମଧ୍ୟ ଗିରଫ କରିଥିବା ଜାଣିବାକୁ ମିଳିଛି । ତେବେ ପୂର୍ବରୁ ଇଡି ହାତରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହୋଇ ସାରିଛନ୍ତି ।

WB: Partha Chatterjee's aide Arpita Mukherjee arrested by ED in recruitment  scam case

ଅର୍ପିତାଙ୍କ ୨୦ କୋଟି ଟଙ୍କା ଜବତ କରାଯିବା ପରେ ଉଭୟଙ୍କୁ ଗିରଫ କରିଛି ଇଡି । ଜବତ ଟଙ୍କାକୁ ନେଇ ପାର୍ଥଙ୍କୁ ପଚରାଉଚରା କରିବାରୁ ସେ ଇଡିକୁ ସହଯୋଗ କରି ନଥିଲେ । ଫଳରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଅର୍ପିତାଙ୍କୁ ମଧ୍ୟ ଗିରଫ କରିଛି ଇଡି । ତେବେ ତାଙ୍କ ଘରୁ ଜବତ ହୋଇଥିବା ଟଙ୍କା ଏସଏସସି ଘୋଟାଲାରୁ ଆୟ ହୋଇଥିବା ଇଡି ସନ୍ଦେହ କରିଛି । ପଶ୍ଚିମବଙ୍ଗର ବରିଷ୍ଠ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘରେ ଚଢାଉ କରାଯାଇଥିଲା । ଶିକ୍ଷକ ଭର୍ତ୍ତି ଘୋଟାଲାକୁ ନେଇ ପାର୍ଥଙ୍କୁ ୧୧ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା ମଧ୍ୟ କରିଥିବା ଜାଣିବାକୁ ମିଳିଛି । ଅର୍ପିତା ମୁଖାର୍ଜୀଙ୍କ ଘରୁ ବଡ ଆମାଉଣ୍ଟର ନଗଦ ଟଙ୍କା ବ୍ୟତୀତ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି ।

ଅର୍ପିତା ଅନେକ ବଙ୍ଗଳା ଏବଂ ତାମିଲ ଚଳଚ୍ଚିତ୍ର ସହିତ ଓଡିଆ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଛନ୍ତି । ଓଲିଉଡର ଷ୍ଟାର ସବ୍ୟସାଚୀଙ୍କ ସହ ‘ତୋର ମୋର ଯୋଡି ସୁନ୍ଦର’ ଚଳଚ୍ଚିତ୍ର ତାଙ୍କୁ ଖୁବ ଲୋକପ୍ରିୟ କରିଥିଲା । ଏହାପରେ ଆକାଶଙ୍କ ସହ ସେ ‘ରାଜୁ ଆୱାରା’ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଛନ୍ତି ।

Get real time updates directly on you device, subscribe now.