fbpx

ଇଣ୍ଡିଆ ଟୁଡେ ମାଗାଜିନର କଭର ପେଜରେ ସ୍ଥାନ ପାଇଲେ ଗୋଲ୍ଡେନ ବୟ ନୀରଜ ଚୋପା, ଇନଷ୍ଟାଗ୍ରାମରେ ଶେୟାର କଲେ ପୋଷ୍ଟ

ନୂଆଦିଲ୍ଲୀ: ସଦ୍ୟସମାପ୍ତ ଟୋକିଓ ଅଲିମ୍ପିରେ ସ୍ୱର୍ଣ୍ଣ ପଦକ ହାସଲ କରି ଦେଶକୁ ଗୌରବାନ୍ୱିତ କରିଥିବା ଆଥଲେଟ୍ ନୀରଜ ଚୋପ୍ରା ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି । ନୀରଜ ଇଣ୍ଡିଆ ଟୁଡେ ସ୍ପାଇସ୍ ମାଗାଜିନର କଭର ପେଜରେ ସ୍ଥାନ ପାଇଛନ୍ତି । ଏନେଇ ସେ ନିଜର ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ ଶେୟାର କରିଛନ୍ତି ।

ତେବେ ଇଣ୍ଡିଆ ଟୁଡେ କଭର ପେଜରେ ସ୍ଥାନ ପାଇ ନୀରଜ ବହୁତ ଖୁସି ଅନୁଭବ କରିବା ସହ ଏଥିପାଇଁ ଇଣ୍ଡିଆ ଟୁଡେ ସ୍ପାଇସକୁ ଧନ୍ୟବାଦ ଦେଇଛନ୍ତି । ନୀରଜଙ୍କ ଅଲିମ୍ପିକ ଯାତ୍ରା ସମ୍ପର୍କରେ ଇଣ୍ଡିଆ ଟୁଡେରେ ପ୍ରେରଣାଦାୟକ କାହାଣୀ ରୂପେ ସ୍ଥାନ ପାଇଛି । ପିଲାବେଳେ ନୀରଜଙ୍କ ଓଜନ ଅଧିକ ଥିବାରୁ ସେ ଫିଟ୍ ହେବା ପାଇଁ ଷ୍ଟାଡିୟମ ଆସିଥିଲେ ଓ ପରବର୍ତ୍ତୀ ସମୟରେ ସେ ଜାଭେଲିନ୍ ଥ୍ରୋ ପ୍ରତି ଆଗ୍ରହ ବଢ଼ାଇଥିଲେ ବୋଲି ନୀରଜ ସାକ୍ଷାତକାରରେ କହିଥିଲେ । ନୀରଜଙ୍କର ଘର, ଗ୍ରାମ ତଥା ଆଖପାଖରେ ଜଣେ ହେଲେ ବି ଜାଭେଲିନ୍ ଥ୍ରୋ ଖେଳାଳି ନଥିଲେ ହେଁ ସେ ଏହାକୁ ବାଛିଥିଲେ । ନିଜର ଦେଶୀ ଖାଦ୍ୟ ଓ ହିନ୍ଦୀ ଭାଷା ପ୍ରତି ଦୁର୍ବଳତା ପାଇଁ ସେ ଆଜି ଯୁବବର୍ଗଙ୍କ ପାଇଁ ପ୍ରେରଣା ବନିଯାଇଛନ୍ତି । ନୀରଜ ଚୁରମା ଖାଇବାକୁ ବହୁତ ପସନ୍ଦ କରୁଥିବାରୁ ଅଲିମ୍ପିକରେ ଇତିହାସ ରଚି ସ୍ୱଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଚୁରମା ଖୁଆଇଥିଲେ ।

Get real time updates directly on you device, subscribe now.