fbpx

WHOର ସତର୍କବାଣୀ: ଦୁଇଗୁଣ ବିପଦଜନକ ଡେଲଟା-ଓମିକ୍ରନ୍, ଆଣିପାରନ୍ତି କରୋନା ‘ସୁନାମୀ’

ନୂଆଦିଲ୍ଲୀ: କୋଭିଡ୍ ଭାଇରସ୍ ସଂକ୍ରମଣ ପୁଣିଥରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ମାମଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବାରମ୍ବାର ବିଶ୍ୱର ଲୋକଙ୍କ ସଚେତନ ରହିବାକୁ କୁହାଯାଉଛି । ଇତି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ଏକ ସତର୍କବାଣୀ ଜାରି କରିଛି । ପ୍ରଥମେ ଡେଲଟା ଭାରିଆଣ୍ଟ ଓ ଦ୍ୱିତୀୟରେ ଯାହା ବର୍ତ୍ତମାନ ଭୟର ବାତାବରଣ ସୃଷ୍ଟି କରିଛି ଯାହାକି ଓମିକ୍ରନ, କୋଭିଡ୍ ର ଏହି ଦୁଇ ଭାରିଆଣ୍ଟ ସାରା ବିଶ୍ୱରେ ତାଣ୍ଡବ କରୁଛନ୍ତି । ତେବେ ଏହି ଦୁଇ ଭାରିଆଣ୍ଟ୍ ଦୁଇ ଡୋଜ୍ ଟିକା ନେବା ପରେ ମଧ୍ୟ ସଂକ୍ରମିତ କରିବାର କ୍ଷମତା ରଖିଛନ୍ତି । ଟିକାର ପ୍ରଭାବ ଏହି ଦୁଇ ଭାରିଆଣ୍ଟ ସାମନାରେ ଦୁର୍ବଳ ହେଉଥିବା ଦେଖିବାକୁ ମିଳୁଛି । ଏନେଇ ଏବେ ସତର୍କ ରହିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଡବ୍ଲୁଏଚଓର ପ୍ରମୁଖ ଟେଡ୍ରୋସ ଅଧୋନମ୍ କହିଛନ୍ତି ଯେ, ଏହି ମହାମାରୀର ମୁଳତ୍ପାଟନ କରିବା ନିହାତି ଆବଶ୍ୟକ । ତେଣୁ ସ୍ୱାସ୍ଥ୍ୟ ଅସମାନତାକୁ ପ୍ରଥମେ ଦୂର କରିବା ଜରୁରୀ । ସେ ଆସନ୍ତା ବର୍ଷ ତୁଲାଇ ସୁଦ୍ଧା ୭୦ ପ୍ରତିଶତ ଟିକାକରଣ କରିବା ନେଇ କହିଛନ୍ତି । ଟେଡ୍ରୋସ୍ ସ୍ୱୀକାର କରିଛନ୍ତି ଯେ ଟିକା ରୋଲଆଉଟର ବ୍ୟବଧାନ ପଛରେ ସମଗ୍ର ବିଶ୍ୱରେ ଯୋଗାଣ ଶୃଙ୍ଖଳା ବ୍ୟାଘାତ ହେଉଛି ।

ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ସଂଗଠନର ୯୨ ସଦସ୍ୟ ଦେଶ ୪୦ ପ୍ରତିଶତ ଟୀକାକରଣ ଲକ୍ଷ୍ୟରୁ ବଞ୍ଚିତ ହୋଇଛନ୍ତି। ସେ କହିଛନ୍ତି ଯେ ନୂତନ କୋଭିଡ୍ ୧୯ର ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଆବଶ୍ୟକ ହେତୁ କେବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ନୁହେଁ, ବରଂ ବହୁ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମୀ ନିଜେ ଅସୁସ୍ଥ ହୋଇପଡିଛନ୍ତି। ତେଣୁ ଯେଉଁ ମାନେ ସମ୍ପୂର୍ଣ୍ଣ ଟିକାକରଣ କରାଇନାହାନ୍ତି ସେମାନଙ୍କ ପାଇଁ ଏହି ଭାଇରସ୍ ଅଧିକ ବିପଦ ସୃଷ୍ଟି କରିପାରେ ।

ଅନ୍ୟପଟେ ଓମିକ୍ରନର ଭୟକୁ ନେଇ ମଧ୍ୟ ଡବ୍ଲୁଏଚଓର ମୁଖ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଓମିକ୍ରନ ମାମଲା ରକେଟ୍ ବେଗରେ ବଢ଼ିବାରେ ଲାଗିଛି ଓ ଏହି କାରଣରୁ ଡେଲଟା କେସ୍ ମଧ୍ୟ ତନ୍ମଧ୍ୟରେ ବଢ଼ୁଛି । ଆଉ ଡେଲଟା-ଓମିକ୍ରନ, ଉଭୟ ଯୋଗୁଁ ମାମଲା ପୁଣି ବୃଦ୍ଧି ପାଇବାରେ ଲାଗିଛି ଓ ରୋଗୀମାନେ ଅଧିକ ସଂଖ୍ୟାରେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏହି ସମୟରେ ଟିକାକୁ ନେଇ ବ୍ୟାପୁଥିବା ଗୁଜବ ଠାରୁ ମଧ୍ୟ ଲୋକଙ୍କୁ ବଞ୍ଚି ରହିବା ଦରକାର । କାରଣ ଟିକାରେ କୌଣସି ପ୍ରକାର ସମସ୍ୟା ହେବ ନାହିଁ ।

Get real time updates directly on you device, subscribe now.