fbpx

ଏମିତି ବି ଆସେ ମୃତ୍ୟୁ ! ଛକା ମାରିବା ପରେ ଚାଲିଗଲା କ୍ରିକେଟରଙ୍କ ଜୀବନ (Video)

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଥାନେର ମିରା ରୋଡ ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ କ୍ରିକେଟ ମ୍ୟାଚ ଚାଲିଥିଲା। କ୍ରିକେଟ୍ ଖେଳୁଥିବା ବେଳେ ପଡ଼ିଆରେ ହିଁ ଜଣେ ଖେଳାଳିଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ଘଟଣା ସାମ୍ନାକୁ ଆସିଛି। ଖେଳାଳିଙ୍କ ମୃତ୍ୟୁର ସିଧାସଳଖ ଦୃଶ୍ୟର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ଜଣେ ଖେଳାଳି ଗୋଲାପି ରଙ୍ଗର ଜର୍ସି ପିନ୍ଧି ବୋଲରଙ୍କ ବଲରେ ଖୁବ ସୁନ୍ଦର ଛକା ମାରିଥିଲେ। ଏହି ଛକାରେ ବଲ ଯାଇ ପାର୍କର ବାହାରେ ପଡ଼ିଥିଲା।
ଏହାପରେ ଉକ୍ତ ବ୍ୟାଟ୍ସମ୍ୟାନ ପରବର୍ତ୍ତୀ ବଲ ଖେଳିବାକୁ ପ୍ରସ୍ତୁତ ହୋଇଥିଲେ। ଏହି ସମୟରେ କେହିକିଛି ବୁଝିବା ପୂର୍ବରୁ ସେ ତଳେ ପଡ଼ିଯାଇଥିଲେ।

ସାଥୀ ଖେଳାଳିମାନେ ତୁରନ୍ତ ବ୍ୟାଟ୍ସମ୍ୟାନଙ୍କୁ ଘଟଣାସ୍ଥଳରୁ ଉଠାଇବାକୁ ଚେଷ୍ଟା କରିଥିଲେ। ପ୍ରବଳ ଗରମ ସତ୍ତ୍ବେ ଅଚେତ ହୋଇପଡ଼ିଥିବା ସନ୍ଦେହ କରି ତାଙ୍କ ମୁହଁରେ ପାଣି ଛିଞ୍ଚିଥିଲେ କିନ୍ତୁ ତାଙ୍କର ଆଉ କୌଣସି ପ୍ରତିକ୍ରିୟା ନଜର ଆସି ନଥିଲା।

ସଙ୍ଗେସଙ୍ଗେ ଉକ୍ତ କ୍ରିକେଟ ଖେଳାଳିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ମୃତକଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣାପଡ଼ିନାହିଁ। ଅଧିକାରୀମାନେ ମାମଲାର ତଦନ୍ତ କରୁଛନ୍ତି। ଡାକ୍ତର ହୃଦଘାତରୁ ମୃତ୍ୟୁ ହୋଇଥିବା ଅନୁମାନ କରୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାଇ ଖେଳାଳିଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Get real time updates directly on you device, subscribe now.