fbpx

ମେ ୧୩ରେ ଓଡ଼ିଶାର ୪ଟି ସହରରେ ବ୍ୟାଙ୍କ ବନ୍ଦ! ମତଦାନ ପାଇଁ ୧୦ଟି ରାଜ୍ୟର ୯୬ଟି ସହରରେ ବ୍ୟାଙ୍କ ଛୁଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ଲୋକସଭା ନିର୍ବାଚନର ମତଦାନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏହା ମଧ୍ୟରେ ୩ଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆସନ୍ତାକାଲି ଅର୍ଥାତ ମେ ୧୩ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ଆସନ୍ତାକାଲି ଠାରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ମତଦାନ ପାଇଁ ଦେଶର ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ । ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟରେ ମତଦାନ ପାଇଁ ବ୍ୟାଙ୍କ ବନ୍ଦ ରହିବ ।

ଆସନ୍ତାକାଲି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ବିହାର, ତେଲେଙ୍ଗାନା, ଝାଡ଼ଖଣ୍ଡ, ଓଡ଼ିଶା, ଜମ୍ମୁ ଓ କଶ୍ମୀର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ମତଦାନ ଗ୍ରହଣ କରାଯିବ । ସେଥିପାଇଁ ଏହିସବୁ ରାଜ୍ୟମାନଙ୍କର କିଛି ସହରରେ ବ୍ୟାଙ୍କ ବନ୍ଦ ରହିବ । ଓଡ଼ିଶାର କୋରାପୁଟ, କଳାହାଣ୍ଡି, ବ୍ରହ୍ମପୁର ଓ ନବରଙ୍ଗପୁରରେ ବ୍ୟାଙ୍କ ବନ୍ଦ ରହିବ । ଯେଉଁ ସବୁ ନିର୍ବାଚନ ମଣ୍ଡଳୀମାନଙ୍କରେ ସ୍କୁଲମାନଙ୍କୁ ଅସ୍ଥାୟୀ ପୋଲିଂ ବୁଥରେ ପରିଣତ କରାଯାଇଛି ସେହିସବୁ ସହରମାନଙ୍କରେ ଲୋକାଲ ହଲିଡେ ଘୋଷଣା କରାଯାଇଛି । ଏପରି ସ୍ଥିତିରେ ମତଦାନ ପାଇଁ ଦେଶର ୯୬ଟି ସହରରେ ବ୍ୟାଙ୍କ ବନ୍ଦ ରହିବ ।

Get real time updates directly on you device, subscribe now.