fbpx

ବଢିବ କି କେନ୍ଦ୍ରୀୟ କର୍ମଚାରୀଙ୍କ ଅବସର ବୟସ? ଜାଣନ୍ତୁ ଲୋକସଭାରେ କଣ କହିଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ଅବସର ବୟସ ବୃଦ୍ଧି କରିବାକୁ ସରକାର ବିଚାର କରୁଛନ୍ତି କି? ଲୋକସଭାରେ ପ୍ରଶ୍ନ ଘଣ୍ଟା ସମୟରେ ସରକାରଙ୍କୁ ଏହି ପ୍ରଶ୍ନ ପଚରାଯାଇଛି। ଏହି ପ୍ରଶ୍ନର ଉତ୍ତରରେ କର୍ମଚାରୀ, ଜନ ଅଭିଯୋଗ, ପେନ୍ସନ୍ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, କେନ୍ଦ୍ରୀୟ କର୍ମଚାରୀଙ୍କ ଅବସର ବୟସ ବଢାଇବାକୁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ।

ଲୋକସଭା ସାଂସଦ ଶର୍ମିଷ୍ଠା ସେଠୀ ପ୍ରଧାନମନ୍ତ୍ରୀଙ୍କ ପାଖେ କର୍ମଚାରୀ, ଲୋକ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ ଅଛନ୍ତି,ତାଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ, କେନ୍ଦ୍ରୀୟ କର୍ମଚାରୀଙ୍କ ଅବସର ବୟସ ବଢାଇବାକୁ କୌଣସି ପ୍ରସ୍ତାବ ଅଛି କି ନାହିଁ। ଏହି ପ୍ରଶ୍ନର ଉତ୍ତରରେ ଜିତେନ୍ଦ୍ର ସିଂ କହିଛନ୍ତି ଯେ, କେନ୍ଦ୍ରୀୟ କର୍ମଚାରୀଙ୍କ ଅବସର ବୟସ ବୃଦ୍ଧି କରିବାକୁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ।

ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏକ ପ୍ରଶ୍ନ ପଚରାଯାଇଥିଲା ଯେ, ନିୟମ ୫୬(j) ଅନୁଯାୟୀ ଗତ ତିନିବର୍ଷ ମଧ୍ୟରେ କେତେ ସରକାରୀ କର୍ମଚାରୀ ଅବସର ନେବାକୁ ବାଧ୍ୟ ହୋଇଛନ୍ତି। ଏହି ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଜ୍ୟ ମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ଜୁନ୍ ୩୦, ୨୦୨୩ ପର୍ଯ୍ୟନ୍ତ ପ୍ରୋବିଟି ପୋର୍ଟାଲରେ ଉପଲବ୍ଧ ଥିବା ଚଳିତ ବର୍ଷ ସମେତ ୨୦୨୦-୨୩ ମଧ୍ୟରେ , ୫୬(j) ନିୟମ ଅନୁଯାୟୀ, ସମୁଦାୟ ୧୨୨ ଅଧିକାରୀ ବାଧ୍ୟତାମୂଳକ ଅବସର ଗ୍ରହଣ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଜ୍ୟ ମନ୍ତ୍ରୀ କହିଛନ୍ତି ଯେ, ୫୬(j) ଅଧୀନରେ ସମୀକ୍ଷା ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ପ୍ରଶାସନିକ ବ୍ୟବସ୍ଥାକୁ ମଜବୁତ କରିବା। ସେ କହିଛନ୍ତି ଯେ, ଶାସନକୁ ମଜବୁତ କରିବା ଏବଂ ପ୍ରଶାସନର ଦକ୍ଷତା ବୃଦ୍ଧି ପାଇଁ ଡିଜିଟାଇଜେସନ୍ ଉପରେ ଗୁରୁତ୍ୱ ଦିଆଯାଉଛି ଏବଂ ଇ-ଅଫିସ୍ ବ୍ୟବହାର କରାଯାଉଛି। ନିୟମର ସରଳୀକରଣ ବ୍ୟତୀତ କ୍ୟାଡରର ପୁନଃ ନିର୍ମାଣ, ଅନାବଶ୍ୟକ ଆଇନକୁ ରଦ୍ଦ କରାଯାଉଛି।

କେନ୍ଦ୍ର ସରକାରଙ୍କ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂରେ ଖାଲି ପଦବୀ ନିଯୁକ୍ତି ସମ୍ପର୍କରେ ଜିତେନ୍ଦ୍ର ସିଂ କହିଛନ୍ତି ଯେ, କୌଣସି ସଂସ୍ଥାରେ ନିଯୁକ୍ତି ପ୍ରକ୍ରିୟା ନିରନ୍ତର ଜାରି ରହିଛି। ନିଯୁକ୍ତି ମେଳା ଅଧୀନରେ ସମସ୍ତ PSU ରେ ମିଶନ ମୋଡରେ ଖାଲି ପଦବୀ ପୂରଣ କରାଯାଉଛି।

Get real time updates directly on you device, subscribe now.