fbpx

ପଞ୍ଚାୟତ ନର୍ବାଚନ: ପ୍ରଥମ ଦିନରେ ନାମାଙ୍କନ ଦାଖଲ କଲେ ୮୭୭୨ ପ୍ରାର୍ଥୀ; ସରପଞ୍ଚ ପଦବୀ ପାଇଁ ୧୧୨୨ ପ୍ରାର୍ଥୀ

Advertisement

ପଞ୍ଚାୟତ ନର୍ବାଚନ ପାଇଁ ସୋମବାରଠାରୁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା । ନାମାଙ୍କନର ପ୍ରଥମ ଦିନରେ ନାମାଙ୍କନ ଭରିଲେ ୮ ହଜାର ୭୭୨ ପ୍ରାର୍ଥୀ । ୭୧୧୬ ପ୍ରାର୍ଥୀ ୱାର୍ଡ ମେମ୍ବର ପାଇଁ ନାମାଙ୍କନ ଭରିଥିବାବେଳେ, ୧ ହଜାର ୧୨୨ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେହିଭଳି ସମିତି ସଭ୍ୟ ପାଇଁ ୫୧୨ ଏବଂ ଜିଲ୍ଲା ପରିଷଦ ପାଇଁ ୨୨ ଜଣ ଦାଖଲ କଲେ ପ୍ରାର୍ଥିପତ୍ର । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ସଚିବ ।

ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଏନେଇ ପୂର୍ବରୁ ଘୋଷଣା କରିଥିବା ବେଳେ ସରପଞ୍ଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟରେ ଆସନ୍ତା ଫେବୃଆରୀ ୧୬ ତାରିଖରୁ ମୋଟ ୫ଟି ପର୍ୟ୍ୟାୟରେ ଭୋଟ ଗ୍ରହଣ କରାଯିବ । ଆସନ୍ତା ୧୭ରୁ ୨୧ ମଧ୍ୟରେ ନାମାଙ୍କନପତ୍ର ଦାଖଲ, ୨୨ରେ ଯାଞ୍ଚ, ୨୫ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୨୫ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ବୋଲି କୁହାଯାଇଛି ।

Get real time updates directly on you device, subscribe now.