fbpx

ବର୍ଷର ଶେଷ ଦିନରେ ହେବ ବଡ ପରିବର୍ତ୍ତନ; ଏହି ରାଶିମାନଙ୍କ ଉପରେ ପଡିବ ପ୍ରଭାବ ,ଜାଣନ୍ତୁ ଆପଣଙ୍କ ରାଶି ଅଛି କି ସାମିଲ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଉ କିଛି ଦିନ ପରେ ଚଳିତ ବର୍ଷ ଶେଷ ହୋଇ ନୂତନ ବର୍ଷ ଆରମ୍ଭ ହେବ । ଫଳରେ ଏହାର ପୂର୍ବରୁ ହିଁ ଗ୍ରହ ନକ୍ଷେତ୍ରମାନେ ସେମାନଙ୍କ ସ୍ଥିତି ପରିବର୍ତ୍ତ ନ କରିବେ । ଯାହାକି ପ୍ରତ୍ୟେକ ବ୍ୟକ୍ତି ଉପରେ ପ୍ରଭାବ ପକାଇବ । ତେବେ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ଶେଷ ଆଡକୁ ଅର୍ଥାତ୍ ଡିସେମ୍ବର ମାସ ୨୯ ତାରିଖରେ ଧନ,ବିଳାଶ, ପ୍ରେମ ଏବଂ ସମୃଦ୍ଧିର ଗ୍ରହ କୁହାଯାଉଥିବା ଶୁକ୍ର ତାଙ୍କ ରାଶି ପରିବର୍ତ୍ତନ କରି ମକର ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଫଳରେ ଏହା ସମସ୍ତ ୧୨ଟି ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବ । କିନ୍ତୁ ଖାସ କରି ଏହା ୩ଟି ରାଶି ଉପରେ ଏଧିକ ପ୍ରଭାବ ପକାଇବ । ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିମାନଙ୍କୁ ଅନେକ ସଫଳତା ମିଳିବ । ଏଥିସହିତ ଆସନ୍ତା ବର୍ଷ ମଧ୍ୟ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଖୁବ୍ ମଙ୍ଗଳମୟ ହେବ । ବର୍ତ୍ତମାନ ।ସନ୍ତୁ ଜାଣିବା ଏହି ୩ ଟି ରାଶିମାନଙ୍କ ବିଷୟରେ…

ବୃଷ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃଷ ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ଶୁକ୍ର । ତେବେ ଶୁକ୍ରଙ୍କ ଏହି ରାଶି ଏବଂ ଗତି ପରିବର୍ତ୍ତନ ବୃଷ ରାଶିର ବ୍ୟକ୍ତିମାନଙ୍କୁ ଅନେକ ଶୁଭ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ତାଙ୍କ କ୍ୟାରିୟରରେ ଅନେକ ସଫଳତା ପାଇବେ । ଏଥିସହିତ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହୁଛି । ଏତତ୍ ବ୍ୟତୀତ ଅଗରୁ କରିଥିବା ପରିଶ୍ରମର ଫଳ ମିଳିବା ସହ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସଫଳତା ମିଳିବ ।

କନ୍ୟା: ଶୁକ୍ର ଗ୍ରହଙ୍କ ରାଶି ପରିବର୍ତ୍ତନ କନ୍ୟା ରାଶିର ବ୍ୟକ୍ତିମାନଙ୍କ ଉପରେ ଭଲ ପ୍ରଭାବ ପକାଇବ । ଖାସ କରି ଏହି ରାଶିର
ବ୍ୟକ୍ତିମାନଙ୍କ ବୈବାହିକ ଜୀବନ ଏବଂ ପ୍ରେମ ଜୀବନ ସୁଖମୟ ହେବ । ଏଥିସହିତ କିଛି ଶୁଭ ଖବର ମିଳିବାର ମଧ୍ୟ ଯୋଗ ରହୁଛି । ତେବେ ଏହି ସମୟ ମଧ୍ୟରେ ଘରେ କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ଏତତ୍ ବ୍ୟତୀତ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଆସନ୍ତା ବର୍ଷ ମଧ୍ୟ ସୁଖ ସମୃଦ୍ଧି ଏବଂ ସଫଳତା ଆଣିବ ।

ତୁଳା: ଶାସ୍ତ୍ର ମତରେ ତୁଳା ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ଶୁକ୍ର । ଫଳରେ ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ ତୁଳା ରାଶିର ବ୍ୟକ୍ତିମାନଙ୍କୁ ଅନେକ ସଫଳତା ପ୍ରଦାନ କରିବ । ଜୀବନରେ ସୁଖ ଶାନ୍ତି ସମୃଦ୍ଧି ଲାଗି ରହିବା ସହ ମୁଲ୍ୟବାନ ଜିନିଷ କିଣାକିଣି କରିବାର ଯୋଗ ରହିଛି । ଏଥିସହିତ ନୁତନ ଚାକିରୀର କରିବା ସହ ସମ୍ଭାବନା ରହିଛି ।

Get real time updates directly on you device, subscribe now.