fbpx

ଭାଗ୍ୟଶାଳୀ ହୋଇଥାନ୍ତି ଡ଼ିସେମ୍ବରରେ ଜନ୍ମ ହୋଇଥିବା ବ୍ୟକ୍ତି, ଜାଣନ୍ତୁ ଅଙ୍କଶାସ୍ତ୍ରରେ କଣ ରହିଛି ଏହାର ମହତ୍ତ୍ୱ

ଜ୍ୟୋତିଷ ଶାସ୍ତ୍ର ପରି ଅଙ୍କ ଜ୍ୟେତିଷରେ ମଧ୍ୟ ଜାତକର ଭବିଷ୍ୟ, ସ୍ୱାଭାବ ଏବଂ ବ୍ୟକ୍ତିତ୍ୱ ବିଷୟରେ ଜଣା ପଡ଼ିଥାଏ । ଯେପରି ପ୍ରତ୍ୟେକ ନାମ ଅନୁସାରେ ରାଶି ଥାଏ ସେହିପରି ସବୁ ଅଙ୍କ ଅନୁସାରେ ଅଙ୍କ ଜ୍ୟେତିଷରେ ନମ୍ବର ଅଛି । ଅଙ୍କଶାସ୍ତ୍ର ଅନୁସାରେ ନିଜର ନମ୍ବର ବାହର କରିବା ପାଇଁ ଆପଣଙ୍କ ଜନ୍ମ ତିଥି, ମାସ ଏବଂ ବର୍ଷର ଏକ ଅଙ୍କ ସହ ଯୋଡନ୍ତୁ , ଯେଉଁ ସଂଖ୍ୟା ଆସିବ ତାହା ଆପଣଙ୍କ ଭାଗ୍ୟ ଅଙ୍କ । ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ମାସ ୨, ୧୧ ଏବଂ ୨୦ ତାରିଖ ହେଉଛି ତେବେ ଜନ୍ମ ଲୋକଙ୍କ ମୂଲ୍ୟାଙ୍କ ୨ ହେବ । ଯଦି ଆପଣଙ୍କ ଜନ୍ମଦିନ ଡିସେମ୍ବର ୧୧ରେ ପଡୁଛି ତେବେ ଜାଣନ୍ତୁ କିପରି ରହିବ ଆପଣଙ୍କ ଦିନ

ମୂଲ୍ୟାଙ୍କ ୧-ଆଜି ଆପଣଙ୍କ ଦିନ ଖୁସିରେ ଅତିବାହିତ ହେବ । କାର୍ଯ୍ୟକ୍ଷେତ୍ର ଓ ବେପାର-ବାଣିଜ୍ୟ ଅନୁକୂଳ ରହିବ । ସାଙ୍ଗ ମାନଙ୍କ ସହାୟତା ମିଳିବ । ଅଧିକାରୀ ମାନଙ୍କ ସାନ୍ନିଧ୍ୟ ପ୍ରାପ୍ତ ହେବ । ନୂଆ ଯୋଜନାରେ କାର୍ଯ୍ୟ ଆରମ୍ଭ କରିପାରନ୍ତି । ପରିବାର ସହ ବୁଲିବାକୁ ଯାଇପାରନ୍ତି । ଏହାସହ ଦାମ୍ପତ୍ତ୍ୟ ଜୀବନ ଖୁସିମୟ ହେବ ।

ମୂଲ୍ୟାଙ୍କ ୨-ଆଜି ଆପଣଙ୍କ ଦିନ ସକାରାତ୍ମକ ଚେତନାରେ ପରିପୂର୍ଣ୍ଣ ହେବ । କାର୍ଯ୍ୟ କ୍ଷେତ୍ର ଏବଂ ବ୍ୟାପାର ବାଣିଜ୍ୟ ଅନୁକୂଳ ରହିବ । ନୂଆ କାର୍ଯ୍ୟଭାର ଆପଣଙ୍କୁ ଦିଆଯାଇପାରେ । ପରିବାରରେ ଭଲ ବାତାବରଣ ରହିବ । ଦାମ୍ପତ୍ୟ ଜୀବନ ମଧୁର ହେବ ।

ମୂଲ୍ୟାଙ୍କ ୩-ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ବାତାବରଣ ଅନୁକୁଳ ରହିବ । ଜୀବନରେ ଆସୁଥିବା ବିପତ୍ତି ଟଳି ଯିବ । ପାରିବାରିକ ସହଯୋଗ ମିଳିବ । ଅବିବାହିତଙ୍କୁ ବିବାହ ପ୍ରାପ୍ତ ହୋଇପାରେ ।

ମୂଲ୍ୟାଙ୍କ ୪-ଆଜି ଆପଣଙ୍କ ଭାଗ୍ୟ ମିଶ୍ରିତ ରହିବ । କର୍ମକ୍ଷେତ୍ରରେ ସାବଧାନ ହୋଇ ଚଳନ୍ତୁ । ଆପଣଙ୍କ ବୋରୋଧୀ ସକ୍ରିୟ ହୋଇପାରନ୍ତି । ବିବାଦୀୟ ସ୍ଥିତି ଠାରୁ ଦୂରରେ ରୁହନ୍ତୁ । ପାଣିପାଗ ପାଇଁ ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ରହିପାରେ ।

ମୂଲ୍ୟାଙ୍କ ୫- ଆଜି ଆପଣଙ୍କ ଦିନ ଖୁସିରେ ପରିପୂର୍ଣ୍ଣ ରହିବ । କାର୍ଯ୍ୟକ୍ଷେତ୍ର ଓ ବାତାବରଣରେ ଅନୁକୂଳ ରହିବ । ପାରିବାରିକ ସହଯୋଗ ମିଳିବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମୂଲ୍ୟଙ୍କ ୬-ଆଜି ଆପଣଙ୍କ ଦିନଟି ମିଶ୍ରିତ ରହିବ । ବେପାର ବାଣିଜ୍ୟରେ ଆପଣଙ୍କ ଭାଗ୍ୟ କମ ସହଯୋଗ ଦେବ । ମନରେ କିଛି କଥାକୁ ନେଇ ଚିନ୍ତାଗ୍ରସ୍ତ ରହିବେ । ତେଣୁ କ୍ରୋଧରୁ ଦୂରେଇ ରହିବା ସହ ସମୟରେ କାର୍ଯ୍ୟ କରନ୍ତୁ । ଧାର୍ମିକ କାର୍ଯ୍ୟ ପ୍ରତି ଆପଣଙ୍କ ରୁଚି ବଢିବ ।

ମୂଲ୍ୟାଙ୍କ ୭- ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । କର୍ମକ୍ଷେତ୍ରରେ ଆପଣଙ୍କ ଭାଗ୍ୟ ଅନୁକୁଳ ରହିବ, ହେଲେ ଏଥିରେ ବାଧା ଉପୁଜିପାରେ । ପାରିବାରିକ ସହଯୋଗ ମିଳିବ ଏବଂ ଆପଣଙ୍କ ଘରକୁ କିଛି ଅତିଥି ଆସିପାରନ୍ତି ।

ମୂଲ୍ୟାଙ୍କ ୮- ଆଜି ଆପଣଙ୍କ ଦିନ ବ୍ୟସ୍ତବହୁଳ ହୋଇ ରହିବ । କାର୍ଯ୍ୟକ୍ଷେତ୍ର ଏବଂ ବେପାର କାର୍ଯ୍ୟରେ ବ୍ୟସ୍ତ ରହିବେ । ନୂତନ ଯୋଜନା ଉପରେ ଯଦି କାମ କରିବାକୁ ଚାହୁଁଛନ୍ତି ତେବେ କୌଣସି ଅନୁଭବି ବ୍ୟକ୍ତିଠାରୁ ପରାମର୍ଶ ନିଅନ୍ତୁ । ।ଗାଡି ଚାଳନାରୁ ସତର୍କ ରୁହନ୍ତୁ । ଅବିବାହିତଙ୍କୁ ବିବାହ ପ୍ରାପ୍ତ ହୋଇପାରେ ।

ମୂଲ୍ୟାଙ୍କ ୯- ଆଜି ଆପଣଙ୍କ ଦିନ ମଙ୍ଗଳ ରହିବ । କାର୍ଯ୍ୟକ୍ଷେତ୍ର ଏବଂ ବ୍ୟାପାର ବାଣିଜ୍ୟର ବାତାବରଣ ଅନୁକୂଳ ରହିବ । ନୂତନ କାର୍ଯ୍ୟ ଆରମ୍ଭ ହୋଇପାରେ । ମହତ୍ତ୍ୱପୂର୍ଣ୍ଣ କାମ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ । ପରିବାରରେ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ମାନସିକ ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇପାରେ ।

Get real time updates directly on you device, subscribe now.