fbpx

ବିଧାନସଭା ଯିବା ସମୟରେ ରାସ୍ତାରେ ଯୁବକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କଣ ଥିଲା କାରଣ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ବିଧାନସଭା ଯାଉଥିଲେ । ରାସ୍ତାରେ ଛିଡା ହୋଇଥିଲେ ଜଣେ ଯୁବକ । ଯୁବକଙ୍କ ହାତରେ ରହିଥିଲା ପ୍ଲା କାର୍ଡ । ପ୍ଲା କାର୍ଡରେ ଲେଖାଥିଲା ମୁଖ୍ୟମନ୍ତ୍ରୀ ମୋତେ ସାହାଯ୍ୟ କର । ଏହାକୁ ଦେଖିବା ମାତ୍ରେ ମୁଖ୍ୟମନ୍ତ୍ରୀ ତୁରନ୍ତ ନିଜ ଗାଡିରୁ ଓହ୍ଲାଇ ଆସିଥିଲେ । ଏହା ସହିତ ଯୁବକଙ୍କୁ ଭେଟିଥିଲେ ଆଉ ତାଙ୍କର ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଏମିତି ଏକ ଘଟଣା ଗୁରୁବାର ଦିନ ତାମିଲନାଡୁରେ ଦେଖିବାକୁ ମିଳିଛି ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ବିଧାନସଭା ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା । ଯୁବକ ଜଣଙ୍କ ଚେନ୍ନାଇ ଟିଟିକେ ରୋଡରେ ଛିଡା ହୋଇଥିଲେ । ହାତରେ ରହିଥିଲା ପ୍ଲା କାର୍ଡ ଯେଉଁଥିରେ ଲେଖାଥିଲା ମୁଖ୍ୟମନ୍ତ୍ରୀ ମୋତେ ସାହାଯ୍ୟ କର । ଏହା ଦେଖିବା ପରେ ନିଜ କାରରୁ ଓହ୍ଲାଇ ଯୁବକଙ୍କ ସହିତ କଥା ହୋଇଥିଲେ । ନିଟ୍ ରୋକିବାକୁ ଷ୍ଟାଲିନଙ୍କ ଉଦ୍ୟମକୁ ଯୁବକ ଜଣଙ୍କ ପ୍ରଶଂସା କରିଥିଲେ । ଏହି ଯୁବକଙ୍କ ଘର ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାରେ ଏବଂ ତାଙ୍କ ନାମ ଏନ୍ ସତୀଶ । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ୍ଟର ଆକାଉଣ୍ଟରୁ ଏହି ଫଟୋ ଶେୟାର କରିଥିଲେ ।

Get real time updates directly on you device, subscribe now.