fbpx

ଦେଶର ୫ଟି ରାଜ୍ୟରେ ଆରମ୍ଭ ହେଲା ONDC ସେବା, ଜାଣନ୍ତୁ ଛୋଟ ଦୋକାନୀମାନେ କିପରି ପାଇ ପାରିବେ ଇ-କମର୍ସର ଫାଇଦା

Advertisement

ନୂଆଦିଲ୍ଲୀ: ଭାରତ ସରକାର ଏକ ନୂଆ ଧରଣର ଇ-କମର୍ସ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି । ଦେଶର ୫ଟି ରାଜ୍ୟରେ ଓପନ ନେଟୱାର୍କ ଫର ଡିଜିଟାଲ କମର୍ସ (ଓଏନଡିସି) ପାଇଲଟ୍ ପ୍ରକ୍ରିୟା ଭାବେ ଆରମ୍ଭ କରାଯାଇଛି । ଉକ୍ତ ସହରମାନଙ୍କ ମଧ୍ୟରେ ରହିଛନ୍ତି ଦିଲ୍ଲୀ ଏନସିଆର, ବେଙ୍ଗାଲୁରୁ, ଭୋପାଳ, ଶିଲିଂ ଓ କୋଏମ୍ବାଟୁର । ଏହି ସହରଗୁଡ଼ିକରେ ୧୫୦ରୁ ଅଧିକ କ୍ଷୁଦ୍ର ଦୋକାନୀଙ୍କୁ ଏଥିରେ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଇ-କମର୍ସ ସେକ୍ଟରରୁ ଆଗକୁ ବଢ଼ାଇବା ପାଇଁ ଓଏନଡିସି ଆରମ୍ଭ କରାଯାଇଛି । ଏହାଦ୍ୱାରା କ୍ଷୁଦ୍ର ଦୋକାନୀମାନେ ଉପକୃତ ହେବା ସହ ଅନଲାଇନରେ କ୍ଷୁଦ୍ର ବିକ୍ରେତାଙ୍କୁ ସୁବିଧା ମିଳିପାରିବ । ଏନେଇ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଟିଟ୍ କରି କହିଛନ୍ତି ଯେ, ୟୁପିଆଇ ପରେ ବ୍ୟବସାୟକୁ ଲୋକତାନ୍ତ୍ରିକ କରିବା ପାଇଁ ଓଏନଡିସି ସେବାର ଆରମ୍ଭ କରାଯାଇଛି । ଏହି ସେବା ପ୍ରାଥମିକ ପର୍ଯ୍ୟାୟରେ ବଛା ବଛା ଉପଭୋକ୍ତା, ବିକ୍ରେତା, ଲଜିଷ୍ଟିକ ପ୍ରୋଭାଇଡର୍ସଙ୍କ ପାଇଁ ଆରମ୍ଭ କରାଯାଇଛି ।

ତେବେ ଦୁଇଟି ବଡ଼ ବହୁରାଷ୍ଟ୍ରୀୟ ଇ-କମର୍ସ କମ୍ପାନୀର ପ୍ରଭାବ ଉପରେ ଅଙ୍କୁଶ ଲଗାଇବା ପାଇଁ ଓଏନଡିସି ଲଞ୍ଚ ହୋଇଛି । ଏହି ଦୁଇଟି ବଡ଼ କମ୍ପାନୀ ଅଧିକାଂଶ ଇ-କମର୍ସ ବିଜିନେସକୁ ନିୟନ୍ତ୍ରଣ କରିଥାଏ । ଓଏନଡିସି ପ୍ଲାଟଫର୍ମ ନୂଆ ସୁଯୋଗ ସୃଷ୍ଟି କରିବା ସହ କ୍ଷୁଦ୍ର, ମଧ୍ୟମ ଏଣ୍ଟରପ୍ରାଇଜର୍ସ, କ୍ଷୁଦ୍ର ଟ୍ରେଡରମାନଙ୍କୁ ଅନଲାଇନ୍ ପ୍ଲାଟଫର୍ମ ଆଡ଼କୁ ଆକର୍ଷିତ କରିବ । ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ପକ୍ଷରୁ ଏହି ନୂଆ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୦୨୬ ମଧ୍ୟରେ ଭାରତୀୟ ଇ-କମର୍ସ ମାର୍କେଟ ୨୦୦ ବିଲିୟନ ଡଲାର ଅତିକ୍ରମ କରିବ ବୋଲି ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.