fbpx

ଗୋଟିଏ ବରକୁ ୨ କନିଆ, ଜଣଙ୍କର ଲଭ୍ ତ ଆଉ ଜଣଙ୍କର ଆରେଞ୍ଜ!

ମଧ୍ୟପ୍ରଦେଶର ବୈତୁଲରେ ଏକ ନିଆରା ବାହାଘର ଦେଖିବାକୁ ମିଳିଛି, ଯେଉଁଠି ୨ଟି ଝିଅଙ୍କ ସହ ମଣ୍ଡପରେ ବାହା ହୋଇଛି ଗୋଟିଏ ବର । ଏହି ନିଆରା ବାହାଘରର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଗୋଟିଏ ବର ୨ କନିଆ ସହ ଅଗ୍ନିକୁ ସାକ୍ଷୀ ରଖି ବାହା ହେଉଥିବାର ଦେଖିବାକୁ ମିଳିଛି ।

ଏହି ଭିଡିଓଟି ବୈତୁଲର ଘୋଡାଡୋଙ୍ଗରୀ ତହସିଲ ସଲୈୟା ଗାଁର ବୋଲି ଜଣାପଡିଛି । ସୂଚନା ମୁତାବକ, ୨୯ ଜୁନରେ ଜଣେ ଯୁବକ ମଣ୍ଡପରେ ୨ ପତ୍ନୀଙ୍କ ସହ ବିବାହ ରଚିଛନ୍ତି । ଏହି ବାହାଘରରେ ବର-କନ୍ୟାର ପରିବାର ଲୋକଙ୍କ ସମେତ ଗାଁ ଲୋକମାନେ ବି ସାମିଲ ହୋଇଥିଲେ । ପ୍ରଥମଥର ପାଇଁ ସେହି ଅଞ୍ଚଳରେ ୨ କନ୍ୟା ସହ ବିବାହ ରହିଛି ଗୋଟିଏ ବର ।

ତେବେ ଆଦିବାସୀ ଯୁବକ ସନ୍ଦୀପ ଭୋପାଳରେ ଆଇଟିଆଇ ପଢୁଥିଲେ । ପରେ ତାଙ୍କର ହୋଶଙ୍ଗାବାଦର ଜଣେ ଯୁବତୀ ସହ ବନ୍ଧୁତା ଆରମ୍ଭ ହୋଇଥିଲା । ଏହି ସମୟରେ ସନ୍ଦୀପଙ୍କ ପରିବାର ଲୋକେ ତାଙ୍କ ବିବାହ ଆଉ ଜଣେ ଯୁବତୀ ସହ ଠିକ୍ କରିଦେଲେ । ଏହା ପରେ ବାହାଘରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଫଳରେ ଗାଁଲୋକ ଓ ପରିବାରଠାରୁ ସହମତି ନେଇ ୨ ଝିଅଙ୍କୁ ବାହାହୋଇଗଲେ ସନ୍ଦୀପ । ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ମାମଲାର ତଦନ୍ତ କରାଯିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.