କଟକ: ଭୁବନେଶ୍ୱରରୁ କଟକକୁ ଡ଼େଇଁଲା କରୋନା। ଦିନକୁ ଦିନ ପୁଣି ଥରେ ପୂର୍ବ ବର୍ଷ ପରି ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ନିକଟରେ ଭୁବନେଶ୍ୱରରେ ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ, ଆଜି କଟକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କଟକ ସହରରେ ଜଣେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ। ସୂଚନା ଦେଲେ କଟକ ସିଡିଏମଓ ପ୍ରଶାନ୍ତ ହୋତା। ଆକ୍ରାନ୍ତ ୪୪ ବର୍ଷୀୟ ବ୍ୟକ୍ତିଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ସୂଚନା। ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ପରେ ଟେଷ୍ଟରେ ପଜିଟିଭ୍ ସୂଚନା। ଆକ୍ରାନ୍ତ ଜଣଙ୍କ ଏବେ ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି।