fbpx

ମରିଗଲା ମାନବିକତା: ଦୁଇ ନାବାଳିକାଙ୍କୁ ୫ ମହଲାରୁ ତଳକୁ ଫୋପାଡିଲା IAS ପ୍ରତ୍ୟାଶୀ

Advertisement

ନୂଆଦିଲ୍ଲୀ: ଦିନକୁ ଦିନ ମରିଯାଉଛି ମାନବିକତା । ଘଟୁଛି ନାରକୀୟ କାଣ୍ଡ । ବିହାର ରାଜଧାନୀ ବିହାରରୁ ସମସ୍ତଙ୍କୁ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ପାଟନା ସହରର ବହାଦୂର ଥାନା ଅଞ୍ଚଳରେ ରାମକୃଷ୍ଣ କଲୋନୀରେ ପରିବା ବ୍ୟବସାୟ କରୁଥିବା ନନ୍ଦଲାଲ ଗୁପ୍ତା ନିଜ ପରିବାର ସହ ରୁହନ୍ତି ।  ତାଙ୍କର ଦୁଇ ଝିଅ ସାଲୁ ଓ ସଲୋନୀଙ୍କୁ ଜଣେ ଯୁବକ ୫ ମହଲା କୋଠାର ଛାତକୁ ନେଇ ତଳକୁ ଫିଙ୍ଗି ଦେଇଛି । ଏହି ଘଟଣାରେ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଆଉ ଜଣେ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିସତ ହେଉଛନ୍ତି ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହିଂସାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି । ଉତ୍ତ୍ୟକ୍ତ ଲୋକ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ନେଉଥିବା ପୁଲିସ୍ ଗାଡି ଉପରକୁ ଟେକାପଥର ମାଡ କରିଛନ୍ତି । ଏଥିରେ ୫ ଜଣ ପୁଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଖାଲି ସେତିକି ନୁହେଁ, ଲୋକମାନେ ସ୍ଥାନୀୟ ଅଞ୍ଚଳରେ ଥିବା ଅନେକ ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ପୁଲିସ୍ ଏବେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ ନନ୍ଦଲାଲଙ୍କ ବଡ ଝିଅର ବୟସ ୧୨ ବର୍ଷ ଓ ସାନ ଝିଅର ବୟସ ୧୦ ବର୍ଷ । ବିବେକ ଦୁଇ ଜଣଙ୍କୁ ତଳକୁ ଫୋପାଡି ଦେବା ପରେ ସ୍ଥାନୀୟ ଲୋକମାନେ ଉଭୟଙ୍କୁ ହସ୍ପିଟାଲ ନେଇଥିଲେ । ତେବେ ସେଠାରେ ଡାକ୍ତରମାନେ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏବେ ଆଉ ଜଣେ ଝିଅ ଜୀବନ-ମରଣ ସହ ସଂଘର୍ଷ କରୁଛି । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ୍ ତୁରନ୍ତ ସେଠାରେ ପହଞ୍ଚି ବିବେକ କୁମାରକୁ ଗିରଫ କରିଥିଲା । ତେବେ ତା’କୁ ଗାଡିରେ ନେବା ବେଳେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ବିବେକର ଘର ଦରଭଙ୍ଗା ଅଞ୍ଚଳରେ ବୋଲି ଜଣାପଡିଛି ।

Get real time updates directly on you device, subscribe now.