ବିଦ୍ୟୁତ ଆଘାତରେ ଜଣେ ମୃତ, ଫୁଲ ତୋଳିବାକୁ ଯାଇ ଗଲା ଜୀବନ
ସୋର ଆଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା, ଫୁଲ ତୋଳିବାକୁ ଯାଇ ବିଦ୍ୟୁତ ଆଘାତରେ ଯାଇଛି ଜଣଙ୍କ ଜୀବନ
ଓଡିଶା ଭାସ୍କର: ଛୋଟ ଛୋଟ ଅସାବଧାନତା ଯୋଗୁଁ କେତେଯେ ଲୋକଙ୍କର ଜୀବନ ଯାଉଛି ତାହାର ଆକଳନ କରିବା ସମ୍ଭବପର ନୁହେଁ। ସେହି ଟିକିଏ ଅନ୍ୟମନସ୍କତା ଯୋଗୁଁ କରେଣ୍ଟ ତାର ଲାଗି ଆଜି ମଧ୍ୟ ଜଣେ ମହିଳାଙ୍କର ଅକାଳରେ ବିୟୋଗ ଘଟିଛି।
ଆଜିକା ସମୟରେ କରେଣ୍ଟ ହେଉଛି ସବୁଠାରୁ ବିପଦପୂର୍ଣ୍ଣ ଜିନିଷ। ସେଥିପ୍ରତି ଆମେ ଯଦି ଧ୍ୟାନ ନଦେବା ତେବେ ଆମର ଜୀବନ କେତେବେଳେ ଯେ ଚାଲିଯିବା ତାହା ଆମେ ଜାଣିପାରିବା ନାହିଁ। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ସୋର ଅଞ୍ଚଳରେ।
ମହିଳା ଜଣଙ୍କ ସକାଳୁ ଫୁଲ ତୋଳିବାକୁ ଯାଇଥିଲେ। ଫୁଲ ତୋଳିବା ସମୟରେ ଅନ୍ୟମନସ୍କ ହେତୁ ତାଙ୍କ ଦେହରେ କରେଣ୍ଟ ଲାଗିଯାଇଥିଲା। ଫଳରେ ମହିଳା ଜଣଙ୍କର ସେହିଠାରେ ମୃତ୍ୟୁ ହୋଇଯାଇଥିଲା ।