fbpx

ଜଣେ ପୂର୍ବତନ ମନ୍ତ୍ରୀ ଓ ବିଜେପି ସାଂସଦ ଦୋଷୀ ସାବ୍ୟସ୍ତ: ଜେଲଦଣ୍ଡ ଶୁଣାଇଲେ କୋର୍ଟ

Advertisement

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଦୁଇଟି ବଡ଼ ଖବର । ଦୁଇଜଣ ରାଜନେତାଙ୍କୁ ଜେଲଦଣ୍ଡ ଶୁଣାଣି କରାଯାଇଛି । ଏକ ପୁରୁଣା ମାମଲାରେ ଜଣେ ସାଂସଦ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଜଣେ ପୂର୍ବତନ ମନ୍ତ୍ରୀ ଆଉ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସାଂସଦଙ୍କୁ ୧ ବର୍ଷର ଜେଲଦଣ୍ଡ ଶୁଣାଣି କରାଯାଇଥିବା ବେଳେ ପୂର୍ବତନ ମନ୍ତ୍ରୀଙ୍କୁ ୭ ବର୍ଷର ଜେଲଦଣ୍ଡ ଶୁଣାଣି କରାଯାଇଛି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଓ ଦେବରିୟା ସାଂସଦ ରାମପତି ରାମ ତ୍ରିପାଠୀଙ୍କୁ ୧ ବର୍ଷର ଜେଲଦଣ୍ଡ ଶୁଣାଣି ହୋଇଛି । ଏଥିସହିତ ବିଜେପିର ବରିଷ୍ଠ ନେତା ସନ୍ତରାଜ ଯାଦବଙ୍କୁ ମଧ୍ୟ ଏମପି-ଏମଏଲଏ କୋର୍ଟ ସମାନ ଦଣ୍ଡ ଶୁଣାଣି କରିଛନ୍ତି । ଡ୍ୟୁଟି ସମୟରେ ପୋଲିସ କର୍ମୀଙ୍କ ଉପରକୁ ହାତ ଉଠାଇବା ସହିତ ସେମାନଙ୍କ ଠାରୁ ରିଭଲଭର ଛଡ଼ାଇବା ଅଭିଯୋଗରେ ଦୁହେଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୯ ବର୍ଷ ତଳର ଉକ୍ତ ମାମଲାରେ ଦୁହେଁ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ସେହିପରି ଅନ୍ୟ ଏକ ମାମଲାରେ ଗୁଜରାଟର ପୂର୍ବତନ ଗୃହମନ୍ତ୍ରୀ ବିପୁଲ ଚୌଧରୀ ଦୌଷୀ ସାବ୍ୟସ୍ତ ହୋଇଛନ୍ତି । ବିପୁଲଙ୍କୁ ୭ ବର୍ଷର ଜେଲଦଣ୍ଡ ଶୁଣାଣି ହୋଇଛି । ଏହି କେସରେ ମୋଟ ୨୩ ଜଣ ଅଭିଯୁକ୍ତ ରହିଥିବା ବେଳ ସେମାନଙ୍କ ମଧ୍ୟରୁ ୧୯ ଜଣ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବିପୁଲ ଗତ ୨୦୦୫ରୁ ୨୦୧୬ ପର୍ଯ୍ୟନ୍ତ ଦୁଧସାଗର ଡେୟରି ଫାର୍ମର ଅଧ୍ୟକ୍ଷ ରହିଥିଲେ । ଏହି ସମୟରେ ୬୦୦ କୋଟିର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଏହି ମାମଲାରେ ଗତ ବର୍ଷ ସେପ୍ଟେମ୍ବର ମାସରେ ଗୁଜରାଟ ଆଣ୍ଟି କରପସନ ବ୍ୟୁରୋ ଦ୍ୱାରା ୧୬ ଜଣ ଗିରଫ ହୋଇଥିଲେ । ବିପୁଲ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବଘେଲାଙ୍କର ଜଣେ ଅତ୍ୟନ୍ତ ବିଶ୍ୱସ୍ତ ଥିଲେ ।

Get real time updates directly on you device, subscribe now.