fbpx
BSKY
BJD MS SKY
BJD YOUTH SKY

ଓଡ଼ିଶାରୁ ଟଳିନି ବାତ୍ୟା ଭୟ, ଘନଉଛି ଏକ ଝଡ଼

ଆରବ ସାଗର ପରେ କେନ୍ଦ୍ରୀୟ ବଙ୍ଗୋପ ସାଗରରୁ ସୃଷ୍ଟି ହେଉଛି ଘୂର୍ଣ୍ଣି ବଳୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀରେ ଲୋକେ କଲବଲ ହେଉଥିବାବେଳେ ପୁଣି ଏକ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ସୃଷ୍ଟି ହୋଇଛି । ଆରବ ସାଗରରୁ ବାତ୍ୟା ତଉକ୍ତେ ଭୀଷଣ ରୂପ ନେଇ ଗୁଜରାଟ ଓ ମହାରାଷ୍ଟ୍ରର ସ୍ଥିତି ଛାରଖାର କରିଦେଇଥିବାବେଳେ ସମ୍ପ୍ରତି ଆଉଏକ ବାତ୍ୟା ବଙ୍ଗୋପ ସାଗରରୁ ଘନୀଭୂତ ହେଉଛି । ଏହି ଝଡ଼ବାତ୍ୟା ଓଡ଼ିଶା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆକଳନ କରାଯାଉଛି। ଏହି ବାତ୍ୟାର ନାଁ ରହିଛି ‘ୟାଶ୍’ ।

ସାଧାରଣତଃ ପ୍ରତିବର୍ଷ ମଇ ମାସ ବେଳକୁ ଦେଶରେ ବାତ୍ୟା ସୃଷ୍ଟି ହେଉଥିବା ଉଦାହରଣ ରହିଆସିଛି । ଠିକ୍ ସେହିପରି ଆସନ୍ତା ୨୩ ବେଳକୁ ସାମୁଦ୍ରିକ ଝଡ଼ ୟାଶ୍ ସ୍ଥଳଭାଗ ଛୁଇଁପାରେ ବୋଲି କୁହାଯାଉଛି । ସମ୍ପ୍ରତି ଏହି ସାମୁଦ୍ରିକ ଝଡ଼ ବଙ୍ଗୋପ ସାଗରରେ ସକ୍ରିୟ ହେବାରେ ଲାଗିଛି । ସଦ୍ୟ ସୂଚନା ଅନୁସାରେ ଏହା ଓଡ଼ିଶା ମୁହାଁ ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ପୂର୍ବରୁ ଏନେଇ ବରିଷ୍ଠ ଭୂ-ବିଜ୍ଞାନୀ ମାଧବନ୍ ରାଜୀବନ୍ ଟୁଇଟ କରିଛନ୍ତି । ମାଧବନ୍ କହିଛନ୍ତି ଯେ ଆରବ ସାଗର ପରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ୨୨ରୁ ୨୮ତାରିଖ ଭିତରେ ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ବାତ୍ୟାର ରୂପରେଖ ୨୩ ତାରିଖ ଆଡ଼କୁ ସ୍ପଷ୍ଟ ହେବ । ବାତ୍ୟାର ସ୍ଥିତି, ଗତି ଓ ଲ୍ୟାଣ୍ଡଫଲ ନେଇ ସବିଶେଷ ସୂଚନା ମିଳିପାରିନି ।

Get real time updates directly on you device, subscribe now.