fbpx

ରଥଖଳାରେ ପଶିଲା କରୋନା, ୨ ମହାରଣା ସେବାୟତ କୋଭିଡ ପଜିଟିଭ

ପୁରୀ ୧୯/୦୫: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ଚଳଚଞ୍ଚଳ ଥିବା ବେଳେ କରୋନା ଆତଙ୍କ ଖେଳାଇଛି । କୋଭିଡ କଟକଣା ମଧ୍ୟରେ ରଥଖଳାରେ କାର୍ଯ୍ୟ କରୁଥିବା ୨ ମହାରଣା ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନ ରହିଛି।  ସଂକ୍ରମତି ହୋଇଥିବ ଦୁଇ ମହାରଣା ନନ୍ଦିଘୋଷ ରଥର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ଏବେ ଦୁଇ ମହାରାଣାଙ୍କୁ ଆଇସୋଲେସନରେ ରଖାଯାଛି। ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିବା ସୂଚନା ରହିଛି। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବ ସେବାୟତଙ୍କ ପାଇଁ କରୋନା ଚିନ୍ତା ବଢ଼ାଇଛି।

ସୂଚନା ଯୋଗ୍ୟ ଯେ,ରଥ ନିର୍ମାଣ କାର୍ଯ୍ୟ ପୂର୍ବରୁ ମହାରଣା ସେବାୟତ, ଭୋଇ ସେବାୟତ, ରୂପକାର ସେବାୟତ ମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ଅନେକ ସେବାୟତଙ୍କୁ ଟିକା ଦିଆଯାଇଛି।

 

 

Get real time updates directly on you device, subscribe now.