fbpx

କରୋନା ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ସହ ମିଳିବ ରାସନ, ବଡ଼ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ତାଣ୍ଡବ ରଚୁଛି । ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଦିଲ୍ଲୀରେ କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଲେଖାଏଁ ଘୋଷଣା କରିଛନ୍ତି । ଏହାସହ ପେନସନ ପାଇଁ ମଧ୍ୟ ଘୋଷଣା କରିଛନ୍ତି । ସେହିପରି ରାସନ କାର୍ଡଧାରୀଙ୍କୁ ୧୦ କିଲୋ ରାସନ ମାଗଣା ପ୍ରଦାନ କରାଯିବ । ଯାହାର ରାସନକାର୍ଡ ନାହିଁ ସେମାନଙ୍କୁ ମଧ୍ୟ ରାସନ ପ୍ରଦାନ କରାଯିବ । କରୋନା ମହାମାରୀ ସମୟରେ ଦିଲ୍ଲୀବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ବଡ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.